ମାସ୍କ ନ ପିନ୍ଧିଲେ ୧୦୦୦ଟଙ୍କା ଫାଇନ୍

ବ୍ରହ୍ମପୁର: କରୋନା ମୁକାବିଲ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ କଠୋର ହୋଇଛି । ମାସ୍କ କିମ୍ୱା ରୁମାଲ୍‌ ନପିନ୍ଧିଲେ ଗଣିବାକୁ ପଡ଼ିବ ଜୋରିମାନା। ଏପରିକି ବିନା କାରଣରେ ବାହାରେ ବୁଲିଲେ କ୍ୱାରେନଂଟାଇନ୍ ରଖାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି।

କରୋନା ର ଭୟାବହତା ଦେଖି ସମଗ୍ର ଦେଶକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଘରୁ ନବାହାରିବା ପାଇଁ ପ୍ରଧାନମନ୍ତ୍ରୀ ଅପିଲ୍‌ କରିଛନ୍ତି। ହେଲେ ପ୍ରଧାନମନ୍ତ୍ରୀଙ୍କ ଏହି ଅପିଲ୍‌କୁ ଗଞ୍ଜାମ ଜିଲ୍ଲାର କେତେକ ଲୋକ ମାନୁନାହାନ୍ତି। ସେମାନେ ଖୋଲମ୍‌ଖୋଲା ବାହାରେ ବୁଲୁଥିବା ଓ ପ୍ରାତଃ ଭ୍ରମଣ କରୁଥିବା ଦେଖିବାକୁ ମିଳୁଛି। ଏପରିକି ହାଟ ଓ ଦୋକାନରେ ସମଦୂରତା ଅବମ୍ୱନ କରାଯାଉନି। ବଜାରକୁ ଆସୁଥିବା ଲୋକମାନେ ମୁହଁରେ ମୁସ୍କ କିମ୍ୱା ରୁମାଲ୍‌ ବାନ୍ଧୁନଥିବା ଦେଖିବାକୁ ମିଳୁଛି। ଜିଲ୍ଲାର ଏପରି ଚିତ୍ର ଦେଖିବା ପରେ ଜିଲ୍ଲାପାଳ କଠୋର ହୋଇଛନ୍ତି। ମୁହଁରେ ମାସ୍କ କିମ୍ବା ରୁମାଲ ନବାନ୍ଧିଲେ ଫାଇନ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିୟମ ନମାନିଲେ ସହରାଂଚଳରେ ୧୦୦୦ ଟଙ୍କା ଓ ଗ୍ରାମାଂଚଳରେ ୫୦୦ ଟଙ୍କା ଜୋରିମାନା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ଯେଉଁମାନେ ବିନା କାରଣରେ ବାହାରେ ବୁଲୁଛନ୍ତି, ସେମାନଙ୍କୁ ସରକାରୀ କ୍ୱାରେନଂଟାଇନ୍ ରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Comments (0)
Add Comment