ଇମ୍ରାନ ହେବେ ପାକିସ୍ତାନର ପ୍ରଧାନମନ୍ତ୍ରୀ ! ଆରମ୍ଭରୁ ଦେଖାଇଲେ ନରମ ଗରମ ମନୋଭାବ

ବେଲୁଚିସ୍ତାନ  : ଇମ୍ରାନ ହେବେ ପାକିସ୍ତାନପ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ।  ପାକିସ୍ତାନର ନିର୍ବାଚନରେ ଇମ୍ରାନଙ୍କ ପାକିସ୍ତାନ ତେହରିକ ଏ ଇନସାଫ ପାର୍ଟି ବିଜୟୀ ହୋଇଛି । ୨୨ ବର୍ଷ ପରେ ଇମ୍ରାନଙ୍କୁ ମିଳିଛି ସଫଳତା । ବିଜୟ ହେବା ପରେ ପାକିସ୍ତାନର ଜାତି ଉଦେଶଯରେ ନିଜ ଅବିଭାଷଣ ରଖିଛନ୍ତି ଇମ୍ରାନ । ପାକିସ୍ତାନ ବାସୀଙ୍କୁ ଧନ୍ୟବାଦ ଦେବା ସହ ଦେଶ ସେବା କରିବାର ସୁଯୋଗ ମିଲିଲା ବୋଲି କହିଛନ୍ତି ଇମ୍ରାନ । ଏହା ସହ ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ହାଉସରେ ରହିବେନି ବୋଲି ଘୋଷଣା କରିଛନ୍ତି । ଏହା ସହ ବିଜୟ ହେବା ପରେ ପରେ ଭାରତ- ପାକିସ୍ତାନ ସଂପର୍କକୁ ନେଇ ଅନେକ କିଛି ପ୍ରସଙ୍ଗରେ ମତ ରକିଛନ୍ତି ଇମ୍ରାନ । ଭାରତ ଭାବୁଛି କାଶ୍ମିରୀରେ ପାକିସ୍ତାନ ହଂସା କରୁଛି । ସେମିତି ପାକିସ୍ତାନ ଭାବୁଛି ଭାରତ ବେଲୁଚିସ୍ତାନରେ ହିଂସା କରୁଛି । ଦୁଇ ଦେଶ ଭିତରେ ଅବିଶ୍ବାସ ବଢୁଛି । ଏହି ପ୍ରସଙ୍ଗରେ ଏକାଠି ବସିବା ସମସ୍ୟା ସମଧାନ କରିବା ବୋଲି କହିଛନ୍ତି ଇମ୍ରାନ। ଭାରତ ଗୋଟେ ପାଦ ଆଗେଇଲେ ଆମେ ଦୁଇ ପାଦେ ଆଗେଇବୁ । ଆଲୋଚନା ମଧ୍ୟମରେ କାଶ୍ମୀର ସମସ୍ୟା ସମାଧାନ ହେବାକୁ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ଇମ୍ରାନ । ଏହା ସହ ଭାରତୀୟ ଗଣମାଧ୍ୟମ ଉପରେ ବର୍ଷିଛନ୍ତି ଇମ୍ରାନ । କହିଛନ୍ତି ନିର୍ବାଚନ ସମୟରେ ଭାରତୀୟ ଗଣମାଧ୍ୟମ ତାଙ୍କୁ ବଲିଉଡର ଭିଲିଏନ ସଜେଇଛି ।  ଏହା ସହ କହିଛନ୍ତି ଭାରତ ସହ ମୋର ସବୁଠୁ ଭଲ ସଂପର୍କ ରହିଛି ।

Comments (0)
Add Comment