ମନୁଷ୍ୟ ଶରୀର ବିଭିନ୍ନ ଅଙ୍ଗ ସହିତ ତା’ର ଭାଗ୍ୟ ଯୋଡ଼ି ହୋଇରହିଥାଏ ବୋଲି କୁହାଯାଏ । ହାତ, ଗୋଡ଼, ନାକ ଓ ଆଖିର ଆକାର ଆଦି ସହ ମନୁଷ୍ୟର ଭାଗ୍ୟ ଓ ଭବିଷ୍ୟତର ସମ୍ପର୍କ ରହିଛି ବୋଲି କୁହାଯାଏ । ସେହିଭଳି ମହିଳାଙ୍କ ଶରୀରରେ ଦେଖାଯାଉଥିବା କିଛି ବିଶେଷ ଲକ୍ଷଣ ସେମାନଙ୍କୁ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର କରେ । ସେହି ଲକ୍ଷଣ ଥିବା ମହିଳାମାନେ ଭାଗ୍ୟଶାଳୀ ହୋଇଥାଆନ୍ତି ବୋଲି କୁହାଯାଏ । ଆଉ ଯେଉଁମାନେ ସେମାନଙ୍କୁ ବିବାହ କରନ୍ତି, ସେମାନେ ମଧ୍ୟ ସୁଖ ଲାଭ କରନ୍ତି ଓ ସେମାନଙ୍କ ଭାଗ୍ୟ ମଧ୍ୟ ଚମକି ଉଠେ ବୋଲି କୁହାଯାଏ ।
୍ ଯେଉଁ ମହିଳାଙ୍କ ଆଙ୍ଗୁଳି ଚଉଡ଼ା, ଗାଲ ଲାଲ ଦେଖାଯାଏ, ସେହି ସେମାନଙ୍କୁ ଭାଗ୍ୟଶାଳୀ ମହିଳା ବୋଲି କୁହାଯାଇଥାଏ ।
୍ ଯେଉଁ ମହିଳାଙ୍କର ତଳିପାଦ ସର୍ପାକାର ହୋଇଥାଏ, ସେମାନଙ୍କ ଭାଗ୍ୟ ସବୁବେଳେ ତାଙ୍କ ସାଥିରେ ରହିଥାଏ । ସେମାନେ ଜୀବନରେ ବେଶି ଦୁଃଖକଷ୍ଟ ନଥାଏ । ସେମାନଙ୍କ ଉପରେ ଈଶ୍ୱରଙ୍କ କୃପା ରହିଥାଏ ।
୍ ଯେଉଁ ମହିଳାଙ୍କର ତଳିପାଦରେ ଶଙ୍ଖ, କମଳ ଓ ଚକ୍ର ରହିଥାଏ, ସେମାନେ ଭାଗ୍ୟଶାଳୀ ଓ ଧନୀ ହୋଇଥାନ୍ତି ।
୍ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁମହିଳାଙ୍କ ତଳିପାଦରେ ତ୍ରିକୋଣ ଚିହ୍ନ ଥାଏ, ସେମାନେ ବୃଦ୍ଧିମାନ ହୋଇଥାନ୍ତି । ନିଜର ଜ୍ଞାନ ଓ ବୁଝିବା ଶକ୍ତି ଯୋଗୁଁ ସେମାନେ ନିଜର ପରିବାରକୁ ଖୁସିରେ ରଖିଥାନ୍ତି ।
୍ ଯେଉଁ ମହିଳାଙ୍କ ପାଦର ଆଙ୍ଗୁଳିଗୁଡ଼ିକ ଲମ୍ବ ସମାନ ହୋଇଥାଏ, ସେମାନେ ସବୁବେଳେ ଖୁସିରେ ରହିଥାନ୍ତି ଓ ନିଜର ପରିବାରକୁ ମଧ୍ୟ ଖୁସିରେ ରଖିଥାନ୍ତି ।
୍ ଯେଉଁ ମହିଳାଙ୍କର ପାଦର ଗୋଇଠି ଗୋଲକାର ଓ କୋମଳ ହୋଇଥାଏ, ସେମାନେ ବିଳାସମୟରେ ଜୀବନ କାଟିଥାନ୍ତି ଓ ନିଜର ପରିବାର ଲାକଙ୍କୁ ଖୁସିରେ ରଖିଥାନ୍ତି ।