ବଜେଟ ୨୦୨୦: ଆଧାରରେ ତତକ୍ଷଣାତ ମିଳିବ ପାନ୍‌

ନୂଆଦିଲ୍ଲୀ: ଏବେ ଖୁବଶୀଘ୍ର ମିଳିବ ପାନ କାର୍ଡ । ଆଧାର କାର୍ଡ ଦ୍ବାରା ଏହା ଖୁବ ଶୀଘ୍ର ଉପଲବ୍ଧ ହୋଇପାରିବ । ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଭାଷଣରେ ଉଲ୍ଲେଖ କରିଛନ୍ତି ।

ସେହିପରି ଜିଏସଟି ଅନୁପାଳନରେ କରାଯାଉଥିବା ନକଲକୁ ଚିହ୍ନଟ କରିବା ପାଇଁ ମଧ୍ୟ ଆଧାର ଦ୍ବାରା ଭେରିଫିକେସନ କରାଯିବ । ଏନେଇ ବଜେଟ ବକ୍ତବ୍ୟରେ କୁହାଯାଇଛି । ଆଜି ୨୦୨୦-୨୧ ବର୍ଷ ପାଇଁ ବଜେଟ ଆଗତ କରାଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦ୍ବିତୀୟଥର ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ।

Comments (0)
Add Comment