ପୁଣିଥରେ ଜମ୍ମୁ-କଶ୍ମୀରରେ ସ୍ୱାଭାବିକ ହେଲା ଇଂଟରନେଟ ସେବା

ଶ୍ରୀନଗର: ଗଣତନ୍ତ୍ର ଦିବସ ଶେଷ ହେବା ପରେ ପୁଣିଥରେ ଜମ୍ମୁ-କଶ୍ମୀରରେ ଇଂଟରନେଟ୍ ସେବା ସ୍ୱାଭାବିକ ହୋଇଛି । ଏ ନେଇ ପ୍ରଶାସନିକ ଅଧିକାରୀମାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଅଧିକାରୀ ଜଣକ କହିଛନ୍ତି, ୨-ଜି ମୋବାଇଲ ଇଂଟରନେଟ ସେବାକୁ ରାତି ପାଖାପାଖି ରାତି ୯ଟାରେ ପୁଣି ଥରେ ଆରମ୍ଭ କରାଯାଇଥିଲା । ଘାଟିରେ ୨୦୦୫ରୁ ଗଣତନ୍ତ୍ର ଦିବସ ଏବଂ ସାଧାରଣତନ୍ତ୍ର ଦିବସ ଅବସରରେ ମୋବାଇଲ ଫୋନ ଓ ଇଂଟରନେଟ ସେବା ବନ୍ଦ କରିବା ସୁରକ୍ଷା ବ୍ୟବସ୍ଥାର ଅନ୍ୟ ଏକ ଅଂଶବିଶେଷ । ସୂଚନାଯୋଗ୍ୟ ୨୦୦୫ରେ ଆତଙ୍କବାଦୀମାନେ ମୋବାଇଲ ଫୋନ ଜରିଆର ସ୍ୱାଧୀନତା ଦିବସ ସମାରୋହ ନିକଟରେ ଆଇଇଡି ବିସ୍ଫୋରଣ କରିଥିଲେ । ଏଥି ପାଇଁ ଏହି ଘଟଣା ପରଠାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଗଣତନ୍ତ୍ର ଦିବସ ଓ ସ୍ୱାଧୀନତା ଦିବସରେ ମୋବାଇଲ ଓ ଇଂଟରନେଟ ସେବାକୁ ବନ୍ଦ କରି ଦିଆଯାଉଛି ।

ସୂଚନାଯୋଗ୍ୟ ଦୀର୍ଘ ୫ ମାସର ବ୍ୟବଧାନ ପରେ ଜମ୍ମୁ କଶ୍ମୀରରେ ଇଂଟରନେଟ ସେବା ସ୍ୱାଭାବିକ ହୋଇଛି । ସାଧାରଣତନ୍ତ୍ର ଦିବସ ଅବସରରେ ଜମ୍ମୁ କଶ୍ମୀର ଲୋକଙ୍କୁ ପ୍ରଶାସନ ବଡ଼ ଉପହାର ଦେବାକୁ ଯାଇ ରାଜ୍ୟର ୨୦ଟି ଜିଲ୍ଲାରେ ଇଂଟରନେଟ ସେବା ସ୍ୱାଭାବିକ କରିବାକୁ ନିଷ୍ପତି ନେଇଛି । ରାଜ୍ୟର ୨୦ଟି ଜିଲ୍ଲାରେ ଗତ ଶୁକ୍ରବାର ମଧ୍ୟରାତ୍ରୀ ଠାରୁ ଇଂଟରନେଟ ସେବା ପୁଣି ଥରେ ସ୍ୱାଭାବିକ ହୋଇଯିବା ପରେ ଯୁବଗୋଷ୍ଠୀ ଉତ୍ସାହିତ ଦେଖାଯାଇଛନ୍ତି । ଇଂଟରନେଟ ସେବା ଏବେ ଆଂଶିକ ଭାବେ ପ୍ରଭାବିତ ହେବ । କେବଳ ୩୦୧ ୱେବସାଇଟ ଖୋଲାଯାଇ ପାରିବ । ଏହା ବ୍ୟତୀତ ସୋସିଆଲ ମିଡିଆ ଆପ୍ଲିକେଶନ ବର୍ତମାନ ପରିସ୍ଥିତିରେ କଟକଣା ରହିବ । ସୂଚନାଯୋଗ୍ୟ ଜମ୍ମୁ କଶ୍ମୀରକୁ ୨ ଟି କେନ୍ଦ୍ର ଶାସିତ ରାଜ୍ୟ ଘୋଷଣା କରିବା ପୂର୍ବରୁ ଗତ ସ୍ୱାଧୀନତା ଦିବସ ପୂର୍ବରୁ ଇଂଟରନେଟ କଟକଣା ଜାରି କରାଯାଇଥିଲା ।

Comments (0)
Add Comment