ବାହୁଡିବେ ଜଗା କାଳିଆ : ଅପରେସନ ପରେ ସୁସ୍ଥ ହେଲେଣି ଯୋଡାମୁଣ୍ଡ ଶିଶୁ ଖୁବ ଶିଘ୍ର ଏମ୍ସରୁ ହେବ ଡିସଚାର୍ଜ !

ନୂଆଦିଲ୍ଲୀ  : ଏମସ୍ସରୁ ଡିସଚାର୍ଜ ହୋଇପାରନ୍ତି କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା କାଳିଆ । ଜଗା କାଳିଆଙ୍କ ଡିସଚାର୍ଜ ନେଇ ଆଜି ଏମସରେ ଏକ ବୈଠକ ପରେ ଏପରି ସୂଚନା ମିଳିଛି । ଇଣ୍ଟରନାଲ୍ ବୈଠକ ପରେ ଦୁଇ ଭାଇଙ୍କୁ କେବେ ଡିସଚାର୍ଡ କରାଯିବ ସେ ନେଇ ନିଷ୍ପତ୍ତି ହେବ । ଜଗା କାଳିଆଙ୍କୁ ଡିସଚାର୍ଜ ନକରିବାକୁ NHRCରେ ମାମଲା ଦାୟର କରାଯାଇଥିଲା । ତେଣୁ ଦୁଇ ଭାଇ ସୁସ୍ଥ ହେବା ପରେ ବି ସେମାନଙ୍କୁ ଡିସଚାର୍ଜ କରାଯାଇ ପାରୁନି । ଏମ୍ ସର ଇଣ୍ଟରନାଲ ବୈଠକ ପରେ ଡିସଚାର୍ଜ ନେଇ ନିଷ୍ପତ୍ତି ନିଆଯିବ । କନ୍ଧମାଳର ଯୋଡା ମୁଣ୍ଡ ଥାଇ ଦୁଇ ଭାଇ ଚିକିତ୍ସିତ ହୋଇ ପାରୁ ନଥିଲେ । ଏନେଇ ଗଣମାଧ୍ୟରେ ଖବର ପ୍ରସାରଣ ପରେ ରାଜ୍ୟ ସରକାର ସହାୟତାର ହାତ ବଢାଇଥିଲେ । ଏମସରେ ଆରମ୍ଭ ହୋଇଥିଲା । ଆଇନ ମନ୍ତ୍ରୀ ଓ ମୁଖମନ୍ତ୍ରୀ ଚିକିତ୍ସା ଓ ଅପରେସନର ତଦାରଖ କରିଥିଲେ । ଏକ ସ୍ବତନ୍ତ୍ର ଟିମ ଜଗା- କାଳିଆଙ୍କ ଅପରେସନ କରିଥିଲେ । ଏବେ ଦୁହିଁଙ୍କ ମୁଣ୍ଡରୁ ବ୍ୟାଣ୍ଡେଜ ଖୋଲାଯାଇସାରିଛି ।

Comments (0)
Add Comment