ମାର୍ଚ୍ଚ ୨୮ରୁ ଝାରସୁଗୁଡାରୁ ମୁମ୍ବାଇ ଉଡିବ ବିମାନ

ଝାରସୁଗୁଡା: ମାର୍ଚ୍ଚ ୨୮ରୁ ଝାରସୁଗୁଡା ବିମାନବନ୍ଦରରୁ ସିଧାସଳଖ ମୁମ୍ବାଇକୁ ଉଡିବ ବିମାନ । SpiceJet Boing 737  ବିମାନ ମାଧ୍ୟମରେ ଏହି ସେବା ଆରମ୍ଭ ହେବ।

ଏନେଇ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ନିର୍ଦ୍ଦେଶକ ସ୍ୱଦେଶ ଚୌହ୍ୱାନ। ଏହା ପୂର୍ବରୁ ଝାରସୁଗୁଡ଼ାରୁ SpiceJetର ବିମାନ ଦିଲ୍ଲୀ, କଲିକତା ଓ ହାଇଦ୍ରାବାଦକୁ ଚଳାଚଳ କରୁଛି। ସେହିପରି ଏଲାଏନ୍ସ ଏୟାରଲାଇନ୍ସର ବିମାନ ଭୁବନେଶ୍ୱର, ରାୟପୁର ଓ କଲିକତାକୁ ଚଳାଚଳ କରୁଛି।

Comments (0)
Add Comment