ଝାରସୁଗୁଡା: ଆଜିଠୁ ଝାରସୁଗୁଡାରୁ କୋଲକାତା ଉଡିବ ଏଲାଏନ୍ସ ଏୟାର ବିମାନ । କୋଲକାତାରୁ ଦିନ ୧୧.୪୫ରେ ଛାଡି ଝାରସୁଗୁଡାରେ ୦୧.୧୫ରେ ପହଂଚିବ। ପୁଣି ଝାରସୁଗୁଡାରୁ ୦୧.୪୫ରେ କୋଲକାତା ଅଭିମୁଖେ ଯିବ ବିମାନ । ଏନେଇ ସୂଚନା ଦେଇଛନ୍ତି ଝାରସୁଗୁଡା ବିମାନବନ୍ଦର ନିର୍ଦ୍ଦେଶକ ସୁଦେଶ କୁମାର । ଉଡାନ ୩ ଯୋଜନା ମାଧ୍ୟମରେ ଏହି ବିମାନ ଉଡାଣ ଭରିବ ।
ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟରୁ ସ୍ପାଇସ ଜେଟ୍ ସଫଳ ହେବା ପରେ ଉଡାନ ୩ ଯୋଜନାରେ ଗତବର୍ଷ ଜୁନ ୬ ତାରିଖରୁ ଏଲାଏନ୍ସ ଏୟାର ପକ୍ଷରୁ ଆରମ୍ଭ ହୋଇଥିଲା ଝାରସୁଗୁଡାରୁ ଭୁବନେଶ୍ବର ଓ ରାୟପୁରକୁ ବିମାନ ସେବା । ପୂର୍ବରୁ ନୂଆଦିଲ୍ଲୀ, କୋଲକତା ଓ ହାଇଦ୍ରାବାଦକୁ ଏଠାରୁ ବିମାନ ଚଳଚଳ ଆରମ୍ଭ ହୋଇଥିଲା । ଆଉ ଏବେ ଉଡାନ ଯୋଜନାରେ ସିଧାସଳଖ କୋଲକାତା ସହ ଯୋଡି ହୋଇଛି ଝାରସୁଗୁଡା ।
ରାଜ୍ୟର ଦ୍ବିତୀୟ ବିମାନ ବନ୍ଦର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର । ଝାରସୁଗୁଡାରୁ ନିୟମିତ ବିମାନ ସେବା ମିଳିବା ପରେ ଏବେ ଝାରସୁଗୁଡା ବିମାନ ବନ୍ଦର ଉପରେ ସମଗ୍ର ପଶ୍ଚିମ ଓଡିଶା ନିର୍ଭରଶୀଳ । ପଡୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡର ଯାତ୍ରୀମାନେ ମଧ୍ୟ ଏହାଦ୍ବାରା ସୁଫଳ ପାଇପାରୁଛନ୍ତି ।
ଆଜିଠାରୁ ଝାରସୁଗୁଡା -କୋଲକାତା ସିଧାସଳଖ ବିମାନ ସେବା ଏଲାଏନ୍ସ ଏୟାର ଆରମ୍ଭ କରୁଥିବା ବେଳେ ୩୧ ଜାନୁଆରୀରୁ ଝାରସୁଗୁଡା -ବାରାଣାସୀ ଭୟା ଭୁବନେଶ୍ବର ଆରମ୍ଭ ହେଉଥିବା ସୂଚନା ଦେଇଛନ୍ତି ଝାରସୁଗୁଡା ବିମାନ ବନ୍ଦର ନିର୍ଦ୍ଦେଶକ ସୁଦେଶ କୁମାର ଚୌହାନ । ଏଥିସହିତ ପୂର୍ବ ସମୟ ସାରଣୀରେ ମଧ୍ୟ ପରିବର୍ତନ ହୋଇଛି ।କୋଲକାତାରୁ ସକାଳ ୫ ଟା ୫୦ମିନିଟ ରେ ବାହାରି ଝାରସୁଗୁଡାକୁ ୭ ଟା ୨୦ ମିନିଟ ପହଂଚିବ । ସେହିପରି ଝାରସୁଗୁଡ଼ାରୁ ୭ ଟା ୪୫ ମିନିଟ ବାହାରି ରାୟପୁରକୁ ସକାଳ ୮ ଟା ୫୦ ମିନିଟରେ ପହଂଚିବ । ରାୟପୁରରୁ ସକାଳ ୯ ଟା ୧୫ ମିନିଟ ବାହାରି ସକାଳ ୧୦ ତା ୨୦ ମିନିଟରେ ପହଂଚିବ ।
ସେହିପରି ଝାରସୁଗୁଡାରୁ ୧୦ଟା ୪୫ ମିନିଟରେ ବାହାରି ୧୧ ଟା ୫୦ ମିନିଟରେ ପହଂଚିବ । ବହୁ ପ୍ରତୀକ୍ଷିତ ସେକ୍ଟର ଭୁବନେଶ୍ବରରୁ ଦିନ ୧୨ ଟା ୧୫ ମିନିଟରେ ବାହାରି ବାରଣାସୀକୁ ଦିନ ୨ ଟା ୫ ମିନିଟରେ ପହଂଚିବ।ବାରାଣସୀରୁ ଦିନ ୨ ଟା ୩୦ ମିନିଟ ବାହାରି ଭୁବନେଶ୍ବରକୁ ୪ ଟା ୨୦ ମିନିଟରେ ପହଂଚିବ । ଭୁବନେଶ୍ବରରୁ ୪ ଟା ୪୫ ମିନିଟ ରେ ବାହାରି ୫ ଟା ୫୦ ମିନିଟ ପହଂଚିବ ଏବଂ ଝାରସୁଗୁଡାରୁ ସନ୍ଧ୍ୟା ୬ ଟା ୧୫ ମିନିଟରେ ବାହାରି କୋଲକାତାକୁ ୭ ଟା ୪୫ ମିନିଟ ପହଂଚିବ । ପଶ୍ଚିମ ଓଡ଼ିଶାର ଜନ ସାଧାରଣ ପୂର୍ବରୁ ବାରାଣସୀକୁ ଯିବା ପାଇଁ ନୂଆଦିଲ୍ଲୀ ଉପରେ ନିର୍ଭର କରୁଥିବାବେଳେ ମାତ୍ର ତିନି ଘଂଟା ମଧ୍ୟରେ ପହଂଚି ପାରିବେ ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଝାରସୁଗୁଡା ବିମାନ ବନ୍ଦରରେ ଯାତ୍ରୀଙ୍କ ଅଭିବୃଦ୍ଧି ଆଗକୁ ଦେଶର ପ୍ରମୁଖ ସହରକୁ ବିମାନ ସେବା ପାଇଁ ସୁଯୋଗ ସୃଷ୍ଟି କରିଛି।