ବଲିଉଡ୍ର ଗ୍ଲାମରର୍ସ ଅଭିନେତ୍ରୀଙ୍କୁ ଟକ୍କର୍ ଦେବାକୁ ଆଉ ଜଣେ ଲଳନା ବି ଟାଉନ୍ରେ ଏଣ୍ଟ୍ରି ମାରିବାକୁ ଯାଉଛନ୍ତି । ସେ ଦେଖିବାକୁ ଯେତିକି ବୋଲ୍ଡ ଏବଂ ସେକ୍ସି ତା’ ସାଙ୍ଗକୁ ସୁନ୍ଦରୀ ପ୍ରତିଯୋଗିତାର ବିଜୟିନୀ ମଧ୍ୟ । ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଥିବା ସେହି ମଡେଲ୍ ଆଉ କେହି ନୁହନ୍ତି, ବରଂ ମିସ୍ ଇଣ୍ଡିଆ ଇଣ୍ଟିଆ ଇଣ୍ଟରନ୍ୟାସନାଲ ନ୍ୟାସନାଲ୍ ବିଜେତା ଝଟଲେଖା ମାଲ୍ହୋତ୍ରା । ସେ ସଞ୍ଜୟ ଲୀଲା ଭନ୍ସାଲୀଙ୍କ ଅପ୍କମିଙ୍ଗ୍ ଫିଲ୍ମ ଜରିଆରେ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ଫିଲ୍ମରେ ଝଟଲେଖା ପୁନମ୍ ଧିଲୋନ୍ଙ୍କ ପୁଅ ଅନ୍ମୋଲ୍ଙ୍କ ବିପକ୍ଷର ନାୟିକା ଚରିତ୍ରରେ ଦେଖାଦେବେ । ୨୦୧୪ରେ ଝଟଲେଖା ମିସ୍ ଇଣ୍ଡିଆ ଇଣ୍ଟିଆ ଇଣ୍ଟରନ୍ୟାସନାଲ କ୍ରାଉନ ନିଜ ନାଁରେ କରିଥିଲେ । ଏହା ସହ ଝଟଲେଖା ମିସ ଇଣ୍ଟର ନ୍ୟାସନାଲରେ ଭାରତର ପ୍ରତିନିଧିତ୍ୱ କରିଥିଲେ । ୧୯୯୪ରେ ମୁମ୍ବାଇର ଏକ ପଞ୍ଜାବୀ ପରିବାରରେ ଜନ୍ମିତ ଝଟ୍ଲେଖାଙ୍କର ପିଲାଟିଦିନରୁ ମଡେଲିଂ ପ୍ରତି ରୁଚି ଥିଲା । ଏହି ରୁଚିକୁ ସେ ନିଜ ଲକ୍ଷ୍ୟରେ ପରିବର୍ତ୍ତନ କରି ଆଜି ସଫଳତାର ସହ ମଡେଲିଂ ଦୁନିଆରେ ଏକ ଜଣାଶୁଣା ଚେହେରା ପାଲଟିଛନ୍ତି । ଏବେ ତାଙ୍କର ପରୀକ୍ଷାର ପାଳି । ମଡେଲିଂରୁ ଅଭିନୟ ଦୁନିଆରେ ପାଦ ରଖିବା ପରେ କି ଚମକ୍ରାର କରୁଛନ୍ତି ଦେଖିବାକୁ ଅପେକ୍ଷା ।