ନୂଆଦିଲ୍ଲୀ: ଓଡିଶା ହାଇକୋର୍ଟର ନୂଆ ମୁଖ୍ୟବିଚାରପତି ନିଯୁକ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ଜଷ୍ଟିସ୍ କେ.ଏସ୍ ଜାଭେରୀ ଓଡ଼ିଶା ହାଇକାର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବାର ସମ୍ଭାବନା ରହିଛି। ସୁପ୍ରିମକୋର୍ଟ କଲେଜିୟମ ଦ୍ୱାରା ଜଷ୍ଟିସ୍ ଜାଭେରୀଙ୍କ ନାମ ସ୍ଥିରୀକୃତ ହୋଇଛି । ଗୁଜୁରାଟ ହୋଇକୋର୍ଟର ବରିଷ୍ଠ ବିଚାରପତି ହେଉଛନ୍ତି ଜଷ୍ଟିସ୍ ଜାଭେରୀ । ବର୍ତ୍ତମାନ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରୁଥିବା ଜଷ୍ଟିସ୍ ବିନୀତ ସରନ୍ଙ୍କୁ କଲେଜିୟମ୍, ସୁପ୍ରିମ୍କୋର୍ଟ ବିଚାରପତି ଭାବେ ପଦୋନ୍ନତି ଦେବାକୁ ସୁପାରିଶ କରିଥିବାରୁ ତାଙ୍କ ସ୍ଥାନରେ କେ.ଏସ୍. ଜାଭେରୀ ଦାୟିତ୍ୱ ଗ୍ରହଣ କରିବେ। ଏନେଇ କଲେଜିୟମ୍ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିଛି। ଖୁବ୍ଶୀଘ୍ର କେନ୍ଦ୍ର ସରକାର ଏହା ଉପରେ ମୋହର ମାରି ପାରନ୍ତି। କେ.ଏସ୍. ଜାଭେରୀ ବର୍ତ୍ତମାନ ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି। ପୂର୍ବରୁ ସେ ରାଜସ୍ଥାନ ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି। ସମସ୍ତ ଯୋଗ୍ୟତା ଓ ବରିଷ୍ଠତାକୁ ବିଚାରକୁ ନେଇ କଲେଜିୟମ୍ ଏଭଳି ସୁପାରିଶ୍ କରିଥିବା ଜଣାପଡ଼ିଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା କଲେଜିୟମ୍ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି।