କଟକ : ଅଦାଲତି ମାମଲାରେ ଛନ୍ଦି ହେବାକୁ ଯାଉଛି ସରକାରୀ ଯୋଜନା କାଳିଆ । ଏହି ଯୋଜନାର ବୈଧତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାମାଜୀକ କର୍ମୀ ସୁବାସ ମହାପାତ୍ର । ଷ୍ଟେଟ୍ କନଟିଜେନ୍ସି ଫଣ୍ତରୁ କେମିତି ଏହି ଯୋଜନା ପାଇଁ ଅର୍ଥ ବରାଦ କରାଯାଇପାରିଲା ସେ ନେଇ ପ୍ରଶ୍ନ କରିଛନ୍ତି । ଯୋଜନାର ବୈଧତାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ଆଜି ଏହାର ପ୍ରାରମ୍ଭିକ ଶୁଣାଣି ପରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସମେତ ସମସ୍ତ ପ୍ରତିପକ୍ଷଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ଆବେଦନକାରି ନିଜ ପିଟିସନରେ ଉଲ୍ଲେଖ କରିଛନ୍ତି ଯେ, ଷ୍ଟେଟ୍ କନଟିଜେନ୍ସି ଫଣ୍ତକୁ ଏମିତି ସେମିତ ଭାବରେ ବ୍ୟବହାର କରାଯାଇପାରିବ ନାହିଁ । ସେଥିଲାଗି ସରକାର ବିଧାନସଭାରେ ସ୍ବତନ୍ତ୍ର ବିଲ ଆଣିବାର ଆବଶ୍ୟକତା ବୋଲି ଆବେଦନକାରି ଦର୍ଶାଇଛନ୍ତି ।