କାଳିଆ ଯୋଜନାର ପ୍ରୋତ୍ସାହନ ରାଶି ବାଣ୍ଟିବା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୁରୀ : ରାଜ୍ୟ ସରକାରଙ୍କର ଚାଷୀଙ୍କ ପାଇଁ ସବୁଠୁ ମେଗା ସ୍କିମ୍ କୁହାଯାଉଥିବା ‘କାଳିଆ ଯୋଜନା’ର ପ୍ରୋତ୍ସାହନା ରାଶି ବାଣ୍ଟିବା ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀର ମାଳତୀପାଟପୁରଠାରେ ଆୟୋଜିତ ସ୍ୱତନ୍ତ୍ର କାଳିଆ ଚାଷୀ ସମାବେଶରେ ଟଙ୍କା ବଣ୍ଟାଯିବା ଶୁଭାରମ୍ଭ ହୋଇଛି । ୨୫ ତାରିଖଠାରୁ ଚାଷୀଙ୍କ ଆକାଉଣ୍ଟକୁ କାଳିଆ ଯୋଜନାର ଅର୍ଥ ଆକାଉଣ୍ଟ ଜରିଆରେ ଆସିବା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୨ ଲକ୍ଷ ୪୫ ହଜାର ଚାଷୀ ଏହି ଯୋଜନାରେ ଟଙ୍କା ପାଇବେ । ଏହି କାର୍ଯ୍ୟକ୍ରମରେ ଚାଷୀଙ୍କା ପ୍ରୋତ୍ସାହନ ପ୍ରଦାନ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାଷୀଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀ ସମଗ୍ର ଦେଶକୁ ଖାଦ୍ୟ ଯୋଗାଉଛି । ଚାଷୀଙ୍କ ଉତ୍ପାଦିତ ଚାଉଳରେ ଜଗନ୍ନାଥଙ୍କ ମହାପ୍ରସାଦ ପ୍ରସ୍ତୁତ ହେଉଛି । ଚାଷୀଙ୍କ ମହତ୍ୱ କାର୍ଯ୍ୟକୁ ରାଜ୍ୟ ସରକାର ସ୍ୱୀକୃତି ଦେଇ ରାଜ୍ୟ ସରକାର ଯୋଜନା ନାମ ‘କାଳିଆ’ ଯୋଜନା ଦେଇ ଏହାକୁ ସାରା ରାଜ୍ୟ ଆରମ୍ଭ କରିଛନ୍ତି । ଆଗାମୀ ଦିନରେ ଏହି କାଳିଆ ଯୋଜନା ସମଗ୍ର ଦେଶର ଚାଷୀଙ୍କ ପାଇଁ ଉନ୍ନତିର ବାଟ ଦେଖାଇବ । ରାଜ୍ୟର ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟରେ କାଳିଆ ଯୋଜନା ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କର ନାମ ବା ତାଲିକା ପ୍ରକାଶ ପାଇବ । ପୁରୀରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନାରେ ୧୦ ଜଣ ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ସଂପର୍କିତ ପ୍ରମାଣପତ୍ର ପ୍ରଦାନ କରିଥିଲେ । କାଳିଆ ଯୋଜନାରେ ୫୦ଲକ୍ଷରୁ ଊଦ୍ଧ୍ୱର୍ ଚାଷୀ ଓ ଭାଗ ଚାଷୀଙ୍କୁ ଭୂମିହୀନ କରିବାକୁ ଅନ୍ତର୍ଭୁକ୍ତ କରିଛନ୍ତି ସରକାର । ୩ବର୍ଷ ପାଇଁ ରବି ଓ ଖରିଫ ଋତିରେ ଚାଷୀଙ୍କୁ ସହାୟତା ଯୋଗାଇ ଦେବେ ସରକାର । କାଳିଆ ଯୋଜନା ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଚାଷୀଙ୍କୁ ଚିଠି ଲେଖିଛନ୍ତି । ୧୯୯୯ ମହାବାତ୍ୟା ପରେ ଚାଷୀଙ୍କ ଦୁର୍ଦ୍ଦଶା ଓ ପରବର୍ତ୍ତୀ ସରକାରଙ୍କ ପଦକ୍ଷେପ କଥା ଚିଠିରେ ଲେଖିଛନ୍ତି ନବୀନ । ଏହା ସହ ଚାଷୀଙ୍କୁ ଭରସା ଦେଇଛନ୍ତି ଲେଖିଛନ୍ତି, ‘ମୁଁ ସବୁବେଳେ ଆପଣଙ୍କ ସୁଖ ଦୁଃଖରେ ଅଛି, ଆମ ଚାଷୀ ଭାଇଭଉଣୀଙ୍କ ସାଥୀରେ ଅଛି । ଜଣେ ବି ଯୋଗ୍ୟ ଚାଷୀ ଯେପରି କାଳିଆ ଯୋଜନାରୁ ବଞ୍ଚିତ ନହୁଏ ତା ଉପରେ ନଜର ରଖିଛି । ଆପଣଙ୍କ ଖୁସିରେ ମୁଁ ଖୁସି’ ।

Comments (0)
Add Comment