ଜିଲ୍ଲାରୁ ଜିଲ୍ଲା ଡେଉଁଛି ପିଲା ଚୋରି ଭୟ :  ପିଲା ଚୋରି ଗୁଜବ, ଆଇନକୁ ହାତକୁ ନିଅନ୍ତୁନି- ଡିଜିପି

ଭୁବନେଶ୍ୱର  :ଜିଲ୍ଲାରୁ ଜିଲ୍ଲା ଡେଉଁଛି ପିଲା ଚୋରି ଗୁଜବ । ଏଭଳି ଗୁଜବକୁ ନେଇ ଲୋକେ ଆତଙ୍କିତ । କେବଳ ସେତିକି ନୁହେଁ, ପିଲାଚୋର ସନ୍ଦେହରେ ବିଭିନ୍ନ ସ୍ଥାନରେ ଯୁବକଙ୍କୁ ଧରି ସ୍ଥାନୀୟ ଲୋକେ ନିସ୍ତୁକ ମାଡ ମାରିଛନ୍ତି । ନୟାଗଡ, ଦଶପ୍ଲଲା, କନ୍ଧମାଳ ଏବଂ ବ୍ରହ୍ମପୁରରୁ ଏପରି ମରଣାନ୍ତକ ଆକ୍ରମଣର ଖବର ଆସିଛି । ଏସବୁ ଘଟଣାରେ ପୋଲିସ ଡିଜି ଚିନ୍ତା ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ଅପପ୍ରଚାର ନକରିବାକୁ ପୋଲିସ ଡିଜି ଅପିଲ କରିଛନ୍ତି । ସଜାଗ ରହିବାକୁ ସମସ୍ତ ଏସପିଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।

ନୟାଗଡ, ଦଶପଲ୍ଲା, କନ୍ଧମାଳ, ଖଲ୍ଲିକୋଟ । ବ୍ୟାପିଛି ପିଲାଚୋରି ଗୁଜବ । ଭିଲିଆନ୍ ସାଜିଛି ସୋସିଆଲ୍ ମିଡିଆ । ଗୁଜବକୁ ହାୱା ଦେଇ ଚାଲିଛି । ପିଲାଚୋର ସନ୍ଦେହରେ ନୟାଗଡ ହାଟପଦାସାହିରେ ଜଣଙ୍କୁ ନିସ୍ତୁକ ପିଟିଛନ୍ତି ଲୋକେ । ମାଡ ଖାଇଥିବା ଯୁବକ ଗଣିଆର ପ୍ରଭାକର ସାହୁ । ପ୍ରଭାକର ନୟାଗଡରେ ରହି ପାଠ ପଢୁଥିଲେ ।  ଗାୟତ୍ରୀ ପରିବାରର ସଦସ୍ୟ ଭାବରେ ସେ ପିଲାଙ୍କୁ ଡାକି ନୀତିଶିକ୍ଷା ଦେଉଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ପିଲାଚୋର ଭାବି ମାଡ ମାରିଥିଲେ । ଯୁବକଙ୍କୁ ଉଦ୍ଧାର କରିବା ବଦଳରେ ଅଧିକ ମାଡ ମାରିବାକୁ ଉସକାଇଥିଲେ ଉପସ୍ଥିତ ଲୋକ । ଘଟଣା ପ୍ରଚାର ହେବା ପରେ ଯୁବକଙ୍କ ବାପା ମା ଥାନାରେ ଖବର ଦେଇଥିଲେ । ପୋଲିସ ପହଞ୍ଚି ପ୍ରଭାକରଙ୍କୁ ଉଦ୍ଧାର କରିଥିଲା

ଗଞ୍ଜାମରେ ବି ପିଲା ଚୋରି ଆତଙ୍କ । ଖଲ୍ଲିକୋଟ ଥାନା ଅନ୍ତର୍ଗତ କୁଶଢ଼ିପା ଗ୍ରାମବାସୀମାନେ ଜଣେ ଯୁବକଙ୍କୁ କାବୁ କରି ନିର୍ଧୁମ ଛେଚିଛନ୍ତି। ଯୁବକ ଜଣଙ୍କ ଖୋର୍ଦ୍ଧା ଅଞ୍ଚଳର ରାଜେଣ ସ୍ୱାଇଁ । ଖଲ୍ଲିକୋଟ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ରକ୍ତାକ୍ତ ଅବସ୍ଥାରେ ଯୁବକ ଜଣଙ୍କୁ ଉଦ୍ଧାର କରିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ୬ ଜଣ ଚୋର ଗ୍ରାମ ଭିତରକୁ ପଶି ଆସିଥିଲେ । ୫ଜଣ ଖସି ପଳାଇଥିବା ବେଳେ ଗ୍ରାମବାସୀ ଜଣଙ୍କୁ କାବୁ କରିନେଇଥିଲେ । ସାରା ରାଜ୍ୟରେ ପିଲା ଚୋରି ଗୁଜବ ବ୍ୟାପିଥିବା ବେଳେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ।

କନ୍ଧମାଳ ତୁମୁଡିବନ୍ଧ ଥାନା ମାଲିପଡାଠାରେ ପିଲାଚୋର ସନ୍ଦେହରେ ୨ ଜଣଙ୍କୁ  ମାଡ ମାରି ଥାନାକୁ ହସ୍ତାନ୍ତର କରିଛନ୍ତି । ପିଲାଙ୍କୁ ନିଶା ଖୁଆଇ ଅଚେତ କରି ଚୋରି କରୁଥିବା ଗାଁ ଲୋକ ଅଭିଯୋଗ କରିଛନ୍ତି । ତେବେ ଗାଁ ଲୋକଙ୍କ ଅଭିଯୋଗକୁ ପୋଲିସ ଖଣ୍ଡନ କରିଛି । ସବୁ ଦିଗ ଉପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତୁମୁଡି ବନ୍ଧ ଥାନା ଅଧିକାରୀ କହିଛନ୍ତି । ଧରା ପଡିଥିବା ଯୁବକଙ୍କ ମଧ୍ୟରୁ ଜଣଙ୍କ ଘର ରାୟଗଡା, ଅନ୍ୟଜଣଙ୍କ ଘର ବିହାର ।

ରାଜ୍ୟବ୍ୟାପୀ ପିଲାଚୋରି ଗୁଜବ ବ୍ୟାପିଛି। ତେବେ ପିଲାଚୋରି ଘଟଣାକୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦଦେବା ସହ ଆଶ୍ବାସନା ଦେଇ ଡିଜିପି କହିଛନ୍ତି ସେଭଳି କୌଣସି ଗ୍ୟାଙ୍ଗ ରାଜ୍ୟରେ କାମ କରୁନି । ସୋସିଆଲ ମିଡିଆରେ ଗୁଜବ ନକରିବାକୁ ଡିଜିପି ଅପିଲ କରିଛନ୍ତି । ଏନେଇ ସମସ୍ତ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେଭଳି କିଛି ସନ୍ଦେହ ହେଲେ ପୋଲିସକୁ ଖବର ଦେବାକୁ କହିଛନ୍ତି ଡିଜିପି ।

ପିଲାରୋର ସନ୍ଦେହରେ ଆକ୍ରମଣ ହେଉଛି, ଏଣେ ଏହି ଗୁଜବ ପରେ ବିଭିନ୍ନ ସ୍ଥାନରେ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ଯାହା ଚିନ୍ତା ବଢାଇଛି ।

Comments (0)
Add Comment