ଏହି ଗଳିରେ ଦିଅନ୍ତୁ ଚୁମ୍ବନ, ସଂପର୍କ ହେବ ନିବିଡ

ଆପଣଙ୍କ ପ୍ରେମ ସଂପର୍କରେ ଫାଟ ବଢୁଛି ? ପ୍ରେମିକ କି ପ୍ରେମିକା ପରସ୍ଫର ଭିତରେ ରହିଛି କି ଅବିଶ୍ୱାସ ? କେହି କାହା କଥାକୁ ବିଶ୍ୱାସ କରୁ ନାହାନ୍ତିକି ? ପ୍ରେମ ସଂପର୍କରେ ତିକ୍ତତା ଅଛି ? ତେବେ ଆପଣଙ୍କୁ ଏମିତି ଏକ ଗଳି କୁ ଯିବାକୁ ପଡିବ ଯେଉଁଠି ଆପଣ ଆପଣଙ୍କ ପ୍ରେମୀଙ୍କୁ ଚୁମ୍ବନ ଦେଲେ ସବୁ ସମସ୍ୟାର ସମାଧାନ ହେବ । ଆପଣଙ୍କ ପ୍ରେମ ମଜଭୁତ ହେବ,ସଂପର୍କରେ ନିବିଡତା ଆସିବ । ହେଲେ ଏହି ଗଳିକୁ ଯିବାକୁ ହେଲେ ଆପଣଙ୍କୁ ବିଦେଶ ଯିବା ପାଇଁ ହେବ । ପ୍ରେମୀ ଯୁଗଲଙ୍କ ଲାଗି ଏମିତି ଏକ ଚର୍ଚ୍ଚିତ ଗଳି ଅଛି ମେକ୍ସିକୋର ଜୁଆତୋଠାରେ ।

ସେଣ୍ଟ୍ରାଲ୍‌ ମେକ୍ସିକୋର ଗୁଆନାଜୁଆତୋରେ ଥିବା ଏକ ଛୋଟ ଗଳି ପ୍ରେମୀ ଯୁଗଳଙ୍କ ପାଇଁ ବେଶ୍‌ ପ୍ରସିଦ୍ଧ। କାରଣ ଏହି ଗଳିରେ ଚୁମ୍ବନ ଦେଲେ ସମ୍ପର୍କ ନିବିଡ ଓ ଦୀର୍ଘସ୍ଥାୟୀ ହୋଇଥାଏ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ବିଭିନ୍ନ ଆଡୁ ପ୍ରେମୀ ଯୁଗଳ କେବଳ ଚୁମ୍ବନ ଦେବା ଲାଗି ଏଠାରେ ଲମ୍ବା ଲାଇନ୍‌ ଲଗାଇ ଥାଆନ୍ତି। ବିଶେଷ କରି ଭାଲେଣ୍ଟାଇନ୍‌ ଡେ ଅବସରରେ ଏଠାରେ ଅଧିକ ଭିଡ ପରିଲକ୍ଷିତ ହୋଇଥାଏ। କେହି କେହି ଏଠାରେ ଥିବା ପ୍ରାଚୀରରେ ନିଜର ନାଁ ଲେଖନ୍ତି ତ ଆଉ କେହି ଏଠାରେ ଥିବା ଏକ ନିର୍ଦ୍ଦିଷ୍ଟ ଘର ସାମ୍ନାରେ ତାଲା ପକାଇ ଥାଆନ୍ତି। ଲୋକକଥା ଅନୁଯାୟୀ, ଏହି ଗଳିରେ ରହୁଥିବା ଜଣେ ଧନୀ ଘରର ଝିଅ ଗୋଟିଏ ଗରିବ ପୁଅକୁ ଭଲ ପାଇ ବସିଥିଲେ। ସେଥିପାଇଁ ପୁଅଟି ନିତିଦିନ ଝିଅଟିକୁ ଦେଖିବାପାଇଁ ତାଙ୍କ ଘର ସମ୍ମୁଖରେ ଏକ ଭଡା ଘର ନେଇ ରହୁଥିଲେ। ତେବେ ଝିଅଟିର ବାପା ଏହା ଜାଣିବା ପରେ ଉଭୟଙ୍କୁ ଅଲଗା କରିବାକୁ ଚେଷ୍ଟା କରିଥିଲେ। ଏହା ସମ୍ଭବ ନ ହେବାରୁ ନିଜ ଝିଅକୁ ହତ୍ୟା କରିଥିଲେ ବାପା। ପ୍ରେମିକାଙ୍କୁ ବଞ୍ଚାଇବାକୁ ଯାଇ ପ୍ରେମିକ ଜଣକ ବାଲ୍‌କୋନିରୁ ତଳକୁ ଡେଇଁ ପଡି ପ୍ରାଣ ହରାଇଥିଲେ। ମୃତ୍ୟୁକୁ ସିନା ଆପଣେଇ ନେଇଥିଲେ ଏହି ଦୁଇ ପ୍ରେମପକ୍ଷୀ, କିନ୍ତୁ ପ୍ରେମ ତାଙ୍କର ଥିଲା ଅତୁଟ। ସେଥିପାଇଁ ଏହି ଗଳିରେ ଚୁମ୍ବନ ଦେଲେ ପ୍ରେମ ଦୀର୍ଘସ୍ଥାୟୀ ହୁଏ ବୋଲି ବିଶ୍ୱାସ ରହିଛି।

Comments (0)
Add Comment