ଭୁବନେଶ୍ୱର : ମହିଳା ହୁଅନ୍ତୁ କି ପୁରୁଷ । ହସିଲାବେଳେ ଅନେକଙ୍କ ଗାଳରେ ଏକ ଖାଲ ଭଳି ଦେଖାଯାଏ । ଯାହାକୁ ଆମେ ଡିମ୍ପଲ ବୋଲି କହୁ । ଗାଲରେ ଡିମ୍ପଲ ଥିବା ଝିଅ ହସିବାବେଳେ ଅଧିକ ସୁନ୍ଦରୀ ଦେଖାଯାନ୍ତି । ତେବେ ଏହା କେବଳ ସୁନ୍ଦର ସହ ନୁହେଁ ଭବିଶ୍ୟତ ସହ ମଧ୍ୟ ଯୋଡି ହୋଇ ରହିଛି । ଆସନ୍ତୁ ଜାଣିବା ଗାଲରେ ଥିଲେ କଣ ହେବ ବିବାହର ଭବିଷ୍ୟତ ଆପଣଙ୍କୁ ଆପଣଙ୍କ ମନ୍ପସନ୍ଦ ପୁଅ ମିଳିବ ନା ନାହିଁ ।
ସମୁଦ୍ର ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି ଯେ, ଏହି ମହିଳାଙ୍କର ଶାଶୂଙ୍କ ସହିତ ଭଲ ପଡ଼ି ନ ଥାଏ। ଆହୁରି ମଧ୍ୟ ଏପରି ମହିଳାମାନେ ବହୁତ୍ ଖୁସି ମିଜାଜର ହୋଇଥାନ୍ତି। ଏହା ସହିତ ଏମାନେ ନିଜ ଭବିଷ୍ୟତର ଲକ୍ଷ୍ୟକୁ ନେଇ ଅଧିକ ଗମ୍ଭୀର ରହିଥାନ୍ତି। ଯଦି କେବେ ଅସଫଳ ହୁଅନ୍ତି, ତେବେ ନିରାଶା ଓ ହତାଶାରେ ବୁଡ଼ି ରହିଥାନ୍ତି।
ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଗାଲରେ ପଡ଼ୁଥିବା ଡିମ୍ପଲ୍କୁ ଉଲ୍ଲେଖ କରାଯାଇଛି। ଜ୍ୟୋତିଷ ଶାସ୍ତ୍ରରେ ଏହାର ସମ୍ପର୍କ ଶୁକ୍ର ଗ୍ରହ ସହିତ ରହିଛି ବୋଲି କୁହାଯାଇଛି।କୁହାଯାଏ କି ଜନ୍ମ ସମୟରେ ଯେଉଁ ଛୁଆଙ୍କର ଶୁକ୍ର ଗ୍ରହ ମଜବୁତ୍ ରହିଥାଏ, ସେମାନଙ୍କ ଗାଲରେ ଡିମ୍ପଲ୍ ପଡ଼ିଥାଏ। ଶୁକ୍ର ଗ୍ରହକୁ ଆକର୍ଷଣ ଓ ପ୍ରେମର କାରକ ବୋଲି ମଧ୍ୟ କୁହାଯାଇଥାଏ। ଆହୁରି ମଧ୍ୟ କୁହାଯାଏ ଯେ, ଯେଉଁମାନଙ୍କ ଗାଲରେ ଡିମ୍ପଲ୍ ପଡ଼େ, ସେମାନଙ୍କୁ ପ୍ରେମ ଅତି ସହଜରେ ମିଳିଥାଏ। କିନ୍ତୁ ପ୍ରକୃତ ପ୍ରେମ ଖୋଜିବା ପାଇଁ ଏମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ।