ମୂଲ୍ୟାଙ୍କ: ୧ ( ୧, ୧୦ ୧୯ ଓ ୨୮ )ଏହି ଅଙ୍କରେ ଜନ୍ମ ହାଇଥିବା ବ୍ୟକ୍ତି ଲାଜକୁଳା ସ୍ୱାଭାବର ହାଇଥାନ୍ତି । ଏମାନେ ପ୍ରେମ ତ କରନ୍ତି ହେଲେ ପ୍ରେମ ବିବାହ କରିପାରନ୍ତି ନାହିଁ । ମୂଲ୍ୟାଙ୍କ ୧ ସୂର୍ଯ୍ୟଙ୍କର ଅଟେ ।
ମୂଲ୍ୟାଙ୍କ: ୨ (୨, ୧୧ ୨୦ ଓ ୨୯ ) ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିମାନଙ୍କୁ ମୂଲ୍ୟାଙ୍କ ୨ ଅଟେ ଓ ଏହା ଚନ୍ଦ୍ରମାଙ୍କର ଅଟେ । ଏମାନଙ୍କ ପ୍ରେମ ଧୀରେ ଧୀରେ ହୋଇଥାଏ ଏବଂ ଏମାନେ ବହୁତ ଭାବ ବିହ୍ୱଳ ପ୍ରକୃତିର ହୋଇଥାନ୍ତି । ତେଣୁ ଏମାନଙ୍କର ପ୍ରେମ ବିବାହ ହେବା ସୁନିଶ୍ଚିତ ।
ମୂଲ୍ୟାଙ୍କ : ୩ (୩, ୧୨ ୨୧ ଓ ୩୦ ) ମୂଲ୍ୟାଙ୍କ ୩ରେ ଜନ୍ମ ହୋଇଥଇବା ବ୍ୟକ୍ତିମାନେ ପ୍ରେମ ବିବାହରେ ସଫଳ ହାଇଥାନ୍ତି । ଏମାନଙ୍କ ବୈବାହିକ ଜୀବନ ସଫଳ ହାଇଥାଏ ।
ମୂଲ୍ୟାଙ୍କ: ୪(୪, ୧୩ ୨୨ ଓ ୩୧) ଯେଉଁମାନଙ୍କର ଜନ୍ମ ଏହି ତାରିଖରେ ହାଇଥାଏ ସେମାନଙ୍କ ମୂଲ୍ୟାଙ୍କ ୪ ଅଟେ । ମୂଲ୍ୟାଙ୍କ ୪ ରାହୁଙ୍କର ଅଟେ । ଏମାନେ ବହୁତ ଜଣଙ୍କ ପ୍ରେମରେ ପଡିଥାନ୍ତି । ଏହି କାରଣରୁ ଏମାନେ ପ୍ରେମ ବିବାହ ପ୍ରତି ଗମ୍ଭୀର ହୋଇନଥାନ୍ତି । ଏମାନଙ୍କ ପ୍ରେମ ବିବହାର କରିବାର ସମ୍ଭବାନ କମ୍ ଥାଏ ।
ମୂଲ୍ୟାଙ୍କ:୫ (୫, ୧୪ ଓ ୨୩ ) ଏହି ତାରିଖରେ ଜନ୍ମ ହାଇଥିବା ବ୍ୟକ୍ତିମାନଙ୍କ ମୂଲ୍ୟାଙ୍କ ୫ ଅଟେ । ଏମାନେ ପାରମ୍ପରିକ ରୀତିନୀତିରେ ବିବାହ କରିବାକୁ ପସନ୍ଦ କରିଥାନ୍ତି । ତେଣୁ ଏମାନଙ୍କ ବିବାହ ପାରିବାରିକ ସମ୍ମତିରେ ହାଇଥାଏ । କିନ୍ତୁ ଏମାନଙ୍କ ଜାତକରେ ସଫଳ ବୈବାହିକ ଜୀବନ ଓ ପ୍ରେମ ବିବାହର ଯୋଗ ରହିଥାଏ ।
ମୂଲ୍ୟାଙ୍କ: ୬ ( ୬, ୧୫ ଓ ୨୪ ) ଏହି ତାରିଖରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିଙ୍କ ମୂଲ୍ୟାଙ୍କ ୬ ଅଟେ । ଏହା ଶୁକ୍ରଙ୍କର ଅଟେ । ଏମାନେ ପ୍ରେମ ବିବାହ ପାଇଁ ହିଁ ଜନ୍ମ ହୋଇ ଥାଆନ୍ତି । ଏମାନେ ବହୁତ ଜଣଙ୍କ ପ୍ରେମରେ ପଡିଥାନ୍ତି । ଏହି କାରଣରୁ କେବେ କେବେ ଠିକ୍ ଲୋକକୁ ପାଇ ପାରନ୍ତି ନାହିଁ ।
ମୂଲ୍ୟାଙ୍କ: ୭ ( ୭, ୧୬ ଓ ୨୫ )ଏହି ତାରିଖରେ ଜନ୍ମ ହାଇଥିବା ବ୍ୟକ୍ତିମାନଙ୍କ ମୂଲ୍ୟାଙ୍କ ୭ ଏବଂ ଏହା କେତୁଙ୍କର ଅଟେ । ଏହି ଲୋକମାନେ ସଙ୍କୁଚିତ ସ୍ୱାଭାବର ହୋଇଥିନ୍ତି । ଏମାନେ ପ୍ରେମ ବିବାହ କରିବାକୁ ଚାହିଁଥାନ୍ତି କିନ୍ତୁ ପ୍ରେମ ବିଷୟରେ ପ୍ରକାଶ ନ କରିବା କାରଣରୁ କରିପାରନ୍ତି ନାହିଁ ।
ମୂଲ୍ୟାଙ୍କ: ୮ (୮,୧୭ ଓ ୨୬ )ଏହି ତାରିଖରେ ଜନ୍ମ ହାଇଥିବା ବ୍ୟକ୍ତିମାନଙ୍କ ମୂଲ୍ୟାଙ୍କ ୮ ଅଟେ ଓ ଏହା ଶନିଙ୍କର ଅଟେ । ଏମାନେ ବହୁତ କମ୍ ପ୍ରେମରେ ପଡିଥାନ୍ତି । କିନ୍ତୁ ଏମାନେ ଯାହା ପ୍ରେମର ପଡିଥାନ୍ତି ସେହି ଲୋକକୁ ମରିବା ଯାଏଁ ବି ଛାଡନ୍ତି ନାହିଁ ।
ମୂଲ୍ୟାଙ୍କ : ୯(୯,୧୬ ଓ ୨୭) ଯେଉଁ ମାନଙ୍କ ଜନ୍ମ ଏହି ତାରିଖରେ ହୋଇଥାଏ ସେମାନଙ୍କ ମୂଲ୍ୟାଙ୍କ ୯ ଏବଂ ଏହା ମଙ୍କଳଙ୍କର ଅଟେ । ଏମାନେ ନିଜ ଜୀବନରେ କୌଣସି ବିବାଦ ଚାହାଁନ୍ତି ନାହିଁ । ଏହି କାରଣରୁ ଏମାନଙ୍କ ପ୍ରେମ ବିବାହ ସମ୍ଭବାନ କମ୍ ଥାଏ । କିନ୍ତୁ ଏମାନେ ପ୍ରେମ ବିବାହ କରନ୍ତୁ ବା ପାରିବାର ସମ୍ମତିରେ ବିବାହ କରନ୍ତୁ ବୈବାହିକ ଜୀବନ ସୁଖମୟ ହାଇଥାଏ ।