ହିନ୍ଦୁ ଧର୍ମ ଛାଡ଼ି ବୌଦ୍ଧ ଧର୍ମକୁ ଫେରିବେ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ

ଭୁବନେଶ୍ୱର  : କୋରାପୁଟର କଂଗ୍ରେସ ବିଧାୟକ କୃଷ୍ଣଚନ୍ର୍  ଶଗରିଆ ଧର୍ମ ପରିବର୍ତ୍ତନ କରିବେ। ଶନିବାର ସପରିବାରେ ସେ ହିନ୍ଦୁ ଧର୍ମ ଛାଡ଼ି ବୌଦ୍ଧ ଧର୍ମ ଗ୍ରହଣ କରିବେ। ଧର୍ମ ପରିବର୍ତନ ନେଇ ପୂର୍ବରୁ କୋରାପୁଟ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ପାଖରେ ସେ ଓ ତାଙ୍କ ପରିବାର ଲୋକେ ସତ୍ୟପାଠ କରିଥିଲେ ।

ଏ ସମ୍ପର୍କରେ ବିଧାୟକ ଶଗରିଆ କହିଛନ୍ତି ଯେ ବୌଦ୍ଧ ଧର୍ମରେ ରହିଛି ପ୍ରଜ୍ଞା, ମୈତ୍ରୀଭାବ ଓ ସମତା। ପୂର୍ବରୁ ତାଙ୍କର ଧର୍ମ ବୌଦ୍ଧ ଥିଲା । ତେଣୁ ସେ ଧର୍ମ ପରିବର୍ତନ କରୁନାହାନ୍ତି ବରଂ ନିଜ ଧର୍ମକୁ ଫେରିଯାଉଛନ୍ତି ବୋଲି କହିଛନ୍ତି।

 

Comments (0)
Add Comment