ଭୁବନେଶ୍ବର : ବହିଷ୍କାର ପରେ ପିସିସି ମୁଖିଆ ଏବଂ ଅନ୍ୟ ହେବିୱେଟ ନେତାଙ୍କ ବର୍ଷିଛନ୍ତି କୃଷ୍ଣ ସଗରିଆ । ପ୍ରେସମିଟ କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏବଂ ତାରା ପ୍ରସାଦ ବାହିନୀପତିଙ୍କୁ ଟାର୍ଗେଟ କରିଛନ୍ତି । କଂଗ୍ରେସରେ ମୋ ପ୍ରତି ଅନ୍ୟାୟ ହୋଇଛି । ମୁଁ ବିଶୃଙ୍ଖଳା କରିନି ବରଂ ଦଳ ସଂଗଠନ ବଢାଇବାକୁ କାମ କରିଛି । ହେଲେ ବିନା କାରଣରେ ମୋ ମତ ନନେଇ ବହିଷ୍କାର କରାଯାଇଛି । ଆହୁରି ମଧ୍ୟ କହିଛନ୍ତି ନରସିଂହ ମିଶ୍ର, ତାରା ବାହିନିପତି ଦଳର କ୍ଷତି କରୁଛନ୍ତି । ବିରୋଧୀ ଦଳ ନେତା ସରକାରୀ ଦଳ ସହ ସଂପର୍କରେ ଅଛନ୍ତି । ତେଣୁ ପ୍ରଥମେ ନରସିଂହ ଓ ତାରାଙ୍କୁ ବହିସ୍କାର କରାଯାଉ । ନରସିଂହ ତାଙ୍କ ପୁଅକୁ ବିଜେଡି ଟିକେଟ ଦେବାକୁ ସାଲିସ କରୁଛନ୍ତି । ନିରଞ୍ଜନ ନବୀନଙ୍କ ପାଖରେ ଆତ୍ମ ସମର୍ପଣ କରିଛନ୍ତି । ଖଣି ଖାଦାନ ମାଲିକଙ୍କ ସହ ପ୍ରୋତ୍ସାହନ ପାଇଁ ସରକାରଙ୍କ ସହ ସାମିଲ ହୋଇଛନ୍ତି । କେବଳ ଏତିକି ନୁହେଁ ବିଜେଡି- କଂଗ୍ରେସ ମିଶିକି ଅଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି । ବିଜେପିରେ ମିଶିବା ନେଇ ସଗରିଆ କହିଛନ୍ତି, ପକୋଡି ବିକିବି ପଛେ ବିଜେପିରେ ମିଶିବିନି ।