ପ୍ରୟାଗରାଜରେ ପବିତ୍ର କୁମ୍ଭ ମେଳା ଆରମ୍ଭ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ପବିତ୍ର ପ୍ରୟାଗରାଜ ଠାରେ ଆଜିଠୁ ଆରମ୍ଭ ହୋଇଛି ପବିତ୍ର କୁମ୍ଭ ମେଳା। ଲକ୍ଷଲକ୍ଷ ସାଧୁସନ୍ଥ ଶୋଭାଯାତ୍ରାରେ ଯାଇ ଗଙ୍ଗା ନଦୀର ପବିତ୍ର ସଙ୍ଗମସ୍ଥଳରେ ବୁଡ଼ ପକାଇଛନ୍ତି । ପ୍ରଥମ ଦିନରେ ପ୍ରାୟ ୧୫ ଲକ୍ଷ ଶ୍ରଦ୍ଧାଳୁ ପବିତ୍ର ସଙ୍ଗମ ସ୍ଥଳରେ ଯାଇ ବୁଡ ପକାଇଛନ୍ତି । ୫୫ ଦିନ ଧରି ଚାଲିବାକୁ ଥିବା ଏହି କୁମ୍ଭମେଳାରେ ବିଭିନ୍ନ ଆଖଡ଼ାର ସାଧୁସନ୍ଥମାନେ ଧାଡ଼ିବାନ୍ଧି ସୂର୍ଯ୍ୟୋଦୟ ପୂର୍ବରୁ ଗଙ୍ଗାରେ ପବିତ୍ର ସ୍ନାନ କରିଛନ୍ତି।

କୁମ୍ଭମେଳା ହେଉଛି ବିଶ୍ବର ସବୁଠାରୁ ବଡ଼ ମେଳା। ଏହି ମେଳାରେ ଚଳିତ ବର୍ଷ ଆନୁମାନିକ ୧୩ କୋଟିରୁ ଅଧିକ ଲୋକ ଭାଗ ନେବେ ବୋଲି ଆକଳନ କରାଯାଉଛି । ସାଧୁସନ୍ଥ, ଦେଶର ପଯ୍ୟଟକଙ୍କ ସହିତ ବହୁ ସଂଖ୍ୟକ ବିଦେଶୀ ପର୍ଯ୍ୟଟକ ମଧ୍ୟ ଏହି ମେଳାରେ ସାମିଲ ହୋଇଛନ୍ତି । ଏପଟେ ତ୍ରିବେଣୀ ସଙ୍ଗମର ପ୍ରାୟ ୫.୫ କିଲୋମିଟର ଦୀର୍ଘ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ୩୫ଟି ସ୍ନାନ ଘାଟ ନିର୍ମାଣ କରାଯାଇଛି। ଏଥିରେ ପ୍ରାୟ ୩୫ଲକ୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇଥିବା ଜଣାଯାଇଛି।

ବିଶ୍ବାସ ରହିଛି , ଏହି ସମୟରେ ତ୍ରିବେଣୀ ସଙ୍ଗମର ପବିତ୍ର ଜଳରେ ସ୍ନାନ କଲେ ପାପ ନାଶ ହେବା ସହ ଜନ୍ମ ମୃତ୍ୟୁ ଚକ୍ରରୁ ମୁକ୍ତି ମିଳିଥାଏ।

Comments (0)
Add Comment