“ମୋ ପାଇଁ ଦଳରେ ଚାପ ନପଡୁ”
ଭୁବନେଶ୍ବର : ମନ୍ତ୍ରୀ ପଦରୁ ଇସ୍ତଫାଦେବା ପରେ ମନ୍ତ୍ରୀ ପ୍ରଦୀପ ମହାରଥୀ ନିଜର ପତିକ୍ରିୟା ରଖିଛନ୍ତି । ସାମ୍ବାଦିକ ସମ୍ମଳନୀରେ ପ୍ରଦୀପ ମହାରଥୀ କହିଛନ୍ତି ନିଜ ନୈତିକତା ଦୃଷ୍ଟିରୁ ଉସ୍ତଫା ଦେଇଛନ୍ତି ବୋଲି । ଇସ୍ତଫା ଦେବା ପରେ ସେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ନିଜ ଇସ୍ତଫା ପଛର କାରଣ ପ୍ରକାଶ କରିଛନ୍ତି। ତାଙ୍କୁ ଇସ୍ତଫା ଦେବା ପାଇଁ ବିଜେଡିର ସୁପ୍ରିମୋ ନବୀନ ପଟ୍ଟନାୟକ ବାଧ୍ୟ କରିନାହାନ୍ତି ବରଂ ସେ ନିଜ ଇଚ୍ଛା ମୁତାବକ ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ଜଣାଇଛନ୍ତି। କାହାରି ଚାପରେ ନୁହେଁ ମୁଁ ନିଜ ଆଡୁ ଇସ୍ତଫା ଦେଇଛି। ମୁଁ ବିଜେଡିର ଜଣେ ସଚ୍ଚୋଟ କର୍ମୀ। ଦଳ ଓ ନବୀନଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି। ମୋ ପାଇଁ ଦଳ ଉପରେ କୌଣସି ଚାପ ନପଡୁ ସେଥିପାଇଁ ମୁଁ ଏପରି ନିଷ୍ପତ୍ତି ନେଇଛି।’ ଏତିକି କହିବା ପରେ ସେ ଆଉ କିଛି ଟିପ୍ପଣୀ ଦେବାକୁ ଚାହାନ୍ତି ନାହିଁ ବୋଲି କହିଛନ୍ତି।