ସିଏଏ ବିରୋଧୀଙ୍କୁ ସର୍ବସମ୍ମୁଖରେ ଗୁଳିମାଡ କଲେ ଯୁବକ

ନୂଆଦିଲ୍ଲୀ: ମୋଦି ସରକାରଙ୍କ ବିବାଦୀୟ ନାଗରିକତା ଆଇନକୁ ବିରୋଧ କରୁଥିବା ଲୋକଙ୍କ ଉପରକୁ ଆଜି ଜଣେ ଯୁବକ ସ୍ପଷ୍ଟ ଦିବାଲୋକରେ ଓ ସର୍ବସମ୍ମୁଖରେ ଗୁଳି କରିଛନ୍ତି। ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ନିକଟରେ ଘଟିଥିବା ଏହି ଗୁଳିକାଣ୍ଡରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି।ଆହତଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି। ଆହତଙ୍କ ନାମ ଶାଦାବ।

ଉଲ୍ଲେଖଯୋଗ୍ୟ, ଗୁରୁବାର ଜାମିଆରୁ ରାଜଘାଟ ପର୍ଯ୍ୟନ୍ତ ସିଏଏ ବିରୋଧରେ ଶୋଭାଯାତ୍ରା ବାହାର କରାଯାଇଥିଲା। ଗୁଳି ଚାଳନା ଘଟଣା ପରେ ମଧ୍ୟ ଜାମିଆର ଛାତ୍ର ଶୋଭାଯାତ୍ରା ବାହାର କରିଛନ୍ତି। ସୁରକ୍ଷା ଦୃଷ୍ଟିକୋଣରୁ ବ୍ୟାପକ ପୋଲିସ ବଳ ମୁତୟନ କରାଯାଇଛି।

ସୂଚନାଯୋଗ୍ୟ, ଦିଲ୍ଲୀ ପୋଲିସ ଗୁଳି ଚଳାଇଥିବା ବ୍ୟକ୍ତିଙ୍କୁ ଗିରଫ କରିଛି। ଏହା ସହିତ ତାଙ୍କଠୁ ପିସ୍ତଲ  ଜବତ କରାଯାଇଛି। ପୋଲିସର କହିବା କଥା ମାମଲାର ତଦନ୍ତ ଜାରି ରହିଛି ଏବଂ ଯୁବକଙ୍କୁ ପଚରାଉଚୁରା କରାଯାଉଛି। ବ୍ୟକ୍ତିଜଣକ ପିସ୍ତଲ ଲହରାଇ ଗୁଳି ଚଳାଇବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।

Comments (0)
Add Comment