ଚେନ୍ନାଇ : ନିଜ ସ୍ୱାମୀଙ୍କୁ ନପୁଂସକ ଭାବିବା ଜଣେ ପତ୍ନୀଙ୍କ ଲାଗି ମହଙ୍ଗା ପଡିଛି । ପତ୍ନୀଙ୍କୁ ନିଜ ପୁରୁଷତ୍ୱରପ୍ରମାଣ ଦେବାକୁ ଅନ୍ୟ ଯୁବତୀଙ୍କ ସହ ସହବାସ କରିବାର ଭିଡିଓ ପଠାଇଛି ସ୍ୱାମୀ । ଏମିତି ଏକ ଘଟଣା ଘଟିଛି ଚେହ୍ନାଇରେ । ବାହାଘର ପରେ ସ୍ୱାମୀ ଠିକ ଶାରୀରିକ ସୁଖ ଦେଇ ପାରୁନଥିବା ଦେଖି ସ୍ୱାମୀଙ୍କୁ ନପୁଂସକ ବୋଲି ସନ୍ଦେହ କରୁଥିଲେ ପତ୍ନୀ । କଥା ଆଗକୁ ବଢି ଛାଡପତ୍ରଯାଏ ଯାଇଥିଲା । ନିଜ ସ୍ୱାମୀଙ୍କ ପୁରୁଷତ୍ୱ ନଥିବା ଅଭିଯୋଗ କରି କୋର୍ଟରେ ଛାଡ ପତ୍ର ଲାଗି ଆବେଦନ କରିଥିଲେ ପତ୍ନୀ । ହେଲେ ଏତିକିବେଳେ ନିଜ ପୁରୁଷତ୍ୱ ପ୍ରମାଣ ଦେବାକୁ ପତି ଏକ ଅଭିନବ ଉପାୟ କରିଥିଲେ ଯାହା ତାଙ୍କ ପାଉଁ ଅଡୁଆ ସୃଷ୍ଟି କରିଛି । ନିତ୍ପତ୍ନୀଙ୍କୁ ପୁରୁଷତ୍ୱର ପ୍ରମାଣ ଦେବା ଲାଗି ପତି ମହାଶୟ ଜଣେ ଯୁବତା ସହ ଶାରୀରିକ ସଂପର୍କ ରଖି ସେଇ ଭିଡିଓକୁ ନିଜ ପତ୍ନୀଙ୍କ ପାଖୁ ପଠାଇଲେ । ।ଉ ପତ୍ନୀ ଯେତେବେଳେ ନିଜ ପତି ଆଉ କାହା ସହ ସେକ୍ସ କରୁଥିବାର ଭିଡିଓ ଦେଖିଲେ ସେତେବେଳେ ତାଙ୍କ ମୁଣ୍ଡରେ ଯେମିତି ଚଡକ ପଡିଥିଲା । ଏହି ଘଟଣା ସଂପର୍କରେ ଥାନାରେ ଅଭିଯୋଗ କରିଥିଲେ ପତ୍ନୀ । ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ହାଇଦ୍ରାବାଦର ଲାଲ ବାହାଦୂର ନଗରରେ ଏମିତି ଘଟଣା ଘଟିଛି ।
ପୋଲିସର ସୂଚନା ଅନୁସାରେ
ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ହାଇଦ୍ରାବାଦର ଲାଲ ବାହାଦୁର ନଗରରେ ଘଟିଛି। ଏଠାରେ ରହୁଥିବା ଭିବାବସୁଙ୍କ ବିବାହ ମୁତାମିଜ ନଗରରେ ବସବାସ କରୁଥିବା ଅନୁଷାଙ୍କ ସହିତ ୨୦୧୬ରେ ହୋଇଥିଲା। ଏମକେବି ନଗର ଆଲ ଉଇମେନ୍ ପୁଲିସ ଇନସ୍ପେକ୍ଟର ଡି ଚିତ୍ରାଙ୍କ କହିବାନୁସାରେ, ବିବାହ ପରେ ଦୁହେଁ ୧୫ଦିନ ପର୍ଯ୍ୟନ୍ତ ଏକାଠି ରହିଥିଲେ। ଏହି ୧୫ଦିନ ମଧ୍ୟରେ ଦୁହିଁଙ୍କ ଭିତରେ କଳହ ସୃଷ୍ଟି ହୋଇଥିଲା ଓ ଅନୁଷା ନିଜ ବାପ ଘରକୁ ଚାଲି ଯାଇଥିଲା। ଦୁଇଟି ପରିବାର ଅନୁଷା ଓ ଭିବାବସୁଙ୍କ ମଧ୍ୟରେ ହୋଇଥିବା ମନମାଳିନକୁ ଠିକ୍ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଅନୁଷା କାହାରି କିଛି କଥା ନଶୁଣି ସ୍ୱାମୀ ନପୁଂସକ ତେଣୁ ତାଙ୍କୁ ଛାଡ଼ପତ୍ର ଦରକାର ବୋଲି କୋର୍ଟରେ ଆବେଦନ କରିଥିଲେ
ଏହି କଥା ଯେତେବେଳେ ଭିବାବସୁ ଜାଣିଲେ, ନିଜର ପୁରୁଷତ୍ୱ ଉପରେ ପତ୍ନୀ ସନ୍ଦେହ କରୁଥିବା ନେଇ ସେ ରାଗି ଯାଇଥିଲା। ପତ୍ନୀଙ୍କ ଏହି କଥାକୁ ମିଥ୍ୟା ପ୍ରମାଣ କରିବା ପାଇଁ ସେ ଅନ୍ୟ ଜଣେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ ଓ ଏହି ସମୟର ଦୃଶ୍ୟକୁ ନିଜ କ୍ୟାମେରାରେ କୈଦ୍ କରି ନେଇଥିଲେ। ଏହି ଭିଡଓକୁ ନିଜର ପତ୍ନୀ ଓ ଶ୍ୱଶୁର ପାଖକୁ ପଠାଇଥିଲେ। ( ଏହା ଏକ ସାଙ୍କେତିକ ଫଟୋ )