୨୦୧୯ ନିର୍ବାଚନ ଇସ୍ତାହାର ପାଇଁ ସବୁ ଦଳର କସରତ ଇସ୍ତାହାର ଲାଗି ଜନମତ ଲୋଡିଲେ

ଭୁବନେଶ୍ବର : ନିର୍ବାଚନ ଆସିବା ସହିତ ଏବେ ଆରମ୍ଭ ହେଲାଣି ଇସ୍ତାହାର ପ୍ରତିଯୋଗିତା । କଂଗ୍ରେସ ଓ ବିଜେପି କୃଷିଋଣ ଛାଡ ନେଇ ଘୋଷଣା କରିସାରିଥିଲେ ବି ନିର୍ବାଚନ ଇସ୍ତାହାରକୁ ଗୁରୁତ୍ବ ଦେଉଛନ୍ତି । କଂଗ୍ରେସ ବିଭିନ୍ନ ଅଞ୍ଚଳ ବୁଲି ଲୋକ ମତ ସଂଗ୍ରହ କରୁଥିବା ବେଳେ ବିଜେପି ମତ ସଂଗ୍ରହ ପାଇଁ ଓ୍ବେବସାଇଟ ଖୋଲିଛି। ଏପଟେ ବିଜେଡି କିନ୍ତୁ କଂଗ୍ରେସ ଓୁ ବିଜେପି ଏଭଳି ଗୋଟି ଚାଳନାକୁ ଡ୍ରାମା ବୋଲି କହିଛିଟ୍ଟ

କଣ ରହିବ ଇସ୍ତାହାରରେ। କେଉଁ ଏଜେଣ୍ଡା ନେଇ ଲୋକଙ୍କ ପାଖକୁ ଯିବ ଦଳ । ଏଥର ରାଜନୈତିକ ଦଳଗୁଡ଼କ ଆଉ ରିସ୍କ ନେବାକୁ ଚାହୁଁନାହାନ୍ତି । ଲୋକଙ୍କ ମତରେ ଇସ୍ତାହାର କରିବା ପାଇଁ ସବୁ ଦଳ ଏବେ ମଇଦାନକୁ ଓହ୍ଲାଇଛନ୍ତି। କୃଷି ଋଣ ଛାଡ କରିବାର ପ୍ରତିଶ୍ରୁତି ଦେବା ପରେ ବିଜେପି ଓ କଂଗ୍ରେସ ବିଶ୍ବାସ ପାଉନି। ଯେଉଁଥିପାଇଁ କଂଗ୍ରେସ ଜୋନକୁ ଜୋନ ବୁଲି ଲୋକଙ୍କ ମତ ସଂଗ୍ରହ କରୁଛି । ଆଜି ବାଲେଶ୍ବରରେ ଇସ୍ତାହାର କରିବା ପାଇଁ ସମାବେଶ କରି ଲୋକଙ୍କ ମତ ନେଉଛି କଂଗ୍ରେସ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଲୋକଙ୍କ ମତରେ ହିଁ ଦଳର ଇସ୍ତାହାର ହେବ । ଆଗକୁ ଅନ୍ୟ ଅଞ୍ଚଳରେ ବି ଲୋକଙ୍କ ମତ ନିଅଯିବ । ଏହା ସହିତ ୧୦ ଜଣିଆ ଏକ୍ସପର୍ଟ ଟିମ ଗଠନ କରିବା ସହ ଓ୍ବେବସାଇଟ ଖୋଲିଛି। ତାକୁ ଦେଖି ବଜେପି ମଧ୍ୟ ଆଜି ଇସ୍ତାହାର କରିବା ପାଇଁ ଲୋକଙ୍କ ମତାମତ ଲୋଡିଛି । ସେଥିପାଇଁ www.bjpodishasankalppatra.comନାରେ ଏକ ଓ୍ବେବସାଇଟ ପ୍ରସ୍ତୁତ କରିଛି ଦଳ। ଯାହାକୁ ଆଜି ଉନ୍ମୋଚନ କରିଛି ଦଳ। କେବଳ ଓ୍ବେବସାଇଟ ନହେଁ, ଲୋକଙ୍କ ମତାମତ ନେବାକୁ ଦଳ ବାକ୍ସ ବସାଇଛି ।
କଂଗ୍ରେସ ଓ ବିଜେପି ଇସ୍ତାହାର ଟେନସନରେ ଥିବାବେଳେ ବିଜେଡି କିନ୍ତୁ ତାକୁ ନେଇ ବିବ୍ରତ ନାହିଁ। ବିଜେଡି ଯୁକ୍ତି ଦୁଇ ଦଳ ବର୍ଷ ବର୍ଷ ଧରି ଲୋକଙ୍କ ସାଙ୍ଗରେ ନାହାନ୍ତି । ନିର୍ବାଚନ ଆସୁଥିବାରୁ ଲୋକଙ୍କ କଥା ଏବେ ମନେ ପଡିଲା। ଲୋକଙ୍କ ମତରେ ଇସ୍ତାହାର କରିବା କେବଳ ବାହାନା ବୋଲି ବିଜେଡି ମୁଖପାତ୍ର ସାଂସଦ ପ୍ରତାପ ଦେବ କହିଛନ୍ତି ।
ନିର୍ବାଚନ ଆଉ ମାତ୍ର ଅଢ଼େଇ ମାସ ରହିଲା। ବିଜେଡି ବିଜେପି କଂଗ୍ରେସ ଭିତରେ ହେବ ଇସ୍ତାହାର ଲଢ଼େଇ । କିନ୍ତୁ ତାପୂର୍ବରୁ କୃଷିଋଣ ଛାଡ ନେଇ କଂଗ୍ରେସ ଓ ବିଜେପି ଘୋଷଣା କରି ସାରିଲେଣି। ଯାହା ଏବେ ବିଜେଡି ଇସ୍ତାହାର ପ୍ରସ୍ତୁତ କରିବା ବଡ ଚ୍ୟାଲେଞ୍ଜ ହେବ ।

Comments (0)
Add Comment