ଓଡ଼ିଶା ଫେରି ଏଭଳି ଉତ୍ତର ରଖିଲେ ମନମୋହନ ସାମଲ

ବିଜେପି ଓ ବିଜେଡି ମେଣ୍ଟକୁ ନେଇ ସସପେନ୍ସ ଜାରି ରହିଥିବାବେଳେ ଓଡିଶା ଫେରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

ରାଜ୍ୟରେ ମେଣ୍ଟ ନେଇ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ଦେଲେନାହିଁ। କେବଳ କହିଲେ ପୂର୍ବରୁ ଅମିତ ସାହା ସୂଚନା ଦେଇଛନ୍ତି କିଛି ବି ହୋଇପାରେ। ମେଣ୍ଟ ସଂପର୍କରେ ଯାହା ହେବ ଆପଣଙ୍କୁ ଜଣାଇ ଦିଆଯିବ। ତେବେ ଓଡିଶାରେ ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା ଖୁବଶୀଘ୍ର ହେବ ବୋଲି ମନମୋହନ ସାମଲ କହିଛନ୍ତି।

ଦିଲ୍ଲୀରେ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହ ମାନସ ମନ୍ଥନ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ରାଜ୍ୟ ବିଜେପି ସମ୍ଭାବ୍ୟ ପ୍ରାର୍ଥୀ ତାଲିକାକୁ ସର୍ଟ ଲିଷ୍ଟ କରିବା ପରେ ମନମୋହନ ମାର୍ଚ୍ଚ ୧୮ ତାରିଖରେ ଦିଲ୍ଲୀ ଯାଇଥିଲେ। ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନକୁ ନେଇ ପ୍ରସ୍ତୁତ ସମ୍ଭାବ୍ୟ ତାଲିକାକୁ ଦିଲ୍ଲୀ ସଂସଦୀୟ ବୋର୍ଡକୁ ପ୍ରଦାନ କରିଛନ୍ତି। ସେଠାରେ କେନ୍ଦ୍ରୀୟ ସଂସଦୀୟ ବୋର୍ଡ ସହ ପ୍ରାର୍ଥୀ ତାଲିକା ଉପରେ ଆଲୋଚନା ହୋଇଛି। ଆଜି ଭୁବନେଶ୍ଵରରେ ପହଞ୍ଚିବା ପରେ ଶୀଘ୍ର ପ୍ରାର୍ଥୀ ତାଲିକା ଘୋଷଣା ହେବ ବୋଲି ମନମୋହନ ସାମଲ କହିଛନ୍ତି। ତେବେ ମେଣ୍ଟ ଉପରେ ସେ କିଛି ସ୍ପଷ୍ଟ କହି ନାହାନ୍ତି।

Manmohan Samal gave this answer after returning to Odisha
Comments (0)
Add Comment