ବିହାର : ବାହାଘର ବେଳେ ଘଡ ଘଡି ଏକ ଅଶୁଭ ସାବ୍ୟସ୍ତ ହୋଇଛି । ଘଡ ଘଡି ଯୋଗୁ ଅଧାରୁ ବାହାଘର ବନ୍ଦ ହୋଇଗଲା । ବେଦୀରୁ ଅଧାବାହା ହୋଇ ଉଠିଗଲେ କନ୍ୟା । ଏଭଳି ଘଟଣା ଘଟିଛି ବିହାରରେ ଏହାକୁ ନେଇ ଏବେ ଗଣମାଧ୍ୟମରେ ଚର୍ଚ୍ଚା ଯୋର ଧରିଛି ।
ଗଣମାଧ୍ୟରେ ପ୍ରକାଶ ପାଇଥିବା ଖବର ଅନୁସାରେ ବିହାରର ବୈଶାଳୀ ଜିଲ୍ଲାରେ ଘଟିଛି ଏପରି ଆଶ୍ଚର୍ଯ୍ୟଜନକ ଘଟଣା । ବୈଶାଳୀ ଜିଲ୍ଲାର ସୋନପୁର ଡେରିନରେ ଆୟୋଜିତ ହୋଇଥିଲା ଏକ ବିଭାହ ଉତ୍ସବ । ବାହାଘର ଲୋକେ ବରଯାତ୍ରୀ ସହ ରୋଷଣୀ କରି କନ୍ୟାଘରେ ପହଁଚିଥିଲେ । ହିନ୍ଦୁ ପରିବାରରେ ପରମ୍ପରା ଅନୁସାରେ ବାହାଘର ହେଲା । ବେଦୀରେ କର୍ମ ପରେ ବଧୁ ମଥାରେ ସିନ୍ଦୁର ଦେଇଥିଲେ ବର । ଆଉ ଏହା ପରେ ବାହାଘରର ବାକି କର୍ମ ବେଦୀରେ ଚାଲିଥିଲା । ଏହି ସମୟରେ ଆକାଶରେ ବର୍ଷା ଆସିବା ସହ ବିଜୁଳି ମାରି ପ୍ରଚଣ୍ଡଶଦ୍ଧରେ ଘଡ ଘଡି ମାରିବା ଆରମ୍ଭ କଲା । ଘଡ ଘଡି ଶଦ୍ଦରେ ଚମକି ଉଠିଲେ ବର । ଭୟଭୀତ ହୋଇ ବେଦୀରେ ଥରିବାକୁ ଆରମ୍ଭ କଲେ । ହେଲେ ବାହାବେଦୀରେ କର୍ମରେ ବସିଥିବା କନ୍ୟା ବରର ଏବସ୍ଥା ଦେଖି ମଥାରେ ଶିନ୍ଦୁର ପିନ୍ଧିସାରିଥିବା ବଧୂ ବରକୁ ଧରିବା ବଦଳରେ ବାହାହେବାକୁ ମନାକରି ଦେଇ ଅଧା କର୍ମରୁ ବାହା ବେଦୀରୁ ଉଠିଗଲେ ।
ଏହାକୁ ନେଇ ବର ଓ କନ୍ୟା ପକ୍ଷ ଭିତରେ କଥା କଟା କଟି ଆରମ୍ଭ ହେଲା । ବରପକ୍ଷକୁ ଯୈତୁକ ଫେରାଇବାକୁ ଦାବି କଲେ କନ୍ୟା ପକ୍ଷ । ଉଭୟ ପକ୍ଷଙ୍କ ଭିତରେ ବିବାଦ ଆରମ୍ଭ ହୋଇ ଥାନାରେ ପହଁଚିଲା । ଶେଷରେ ମାମଲାରେ ହସ୍ତକ୍ଷେପ କରିବାକୁ ଆସିଲା ପୋଲିସ । ହେଲେ ପୋଲିସକୁ ବି ଛାଡି ନଥିଲେ କନ୍ୟାପକ୍ଷ । ପୋଲିସ ଜିପକୁ ଭଘ୍ଗାରୁଜ୍ଜା କରିବା ସହ କନ୍ୟାପକ୍ଷ ପୋଲିସକୁ ବି ବାନ୍ଧି ପକାଇଥିଲେ । ପରେ ଏହି ମାମଲାରେ ପୋଲିସ କନ୍ୟା ପକ୍ଷର ତିନି ଜଣଙ୍କୁ ଗିରଫ କରିଛି । (ଫାଇଲ ଫଟୋ )