ସେହିପରି ଆସନ୍ତା ବର୍ଷ ଅର୍ଥାତ୍ ୨୦୧୯ରେ ଆୟୋଜିତ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷା ଢ଼ାଞ୍ଚାରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ। ୨୦୧୯ରେ ମାଟ୍ରିକ୍ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀମାନଙ୍କ ପାଇଁ ଆଉ ୫୦ ମାର୍କ ନୁହେଁ ବରଂ ଅବ୍ଜେକ୍ଟିଭ୍ରେ ୧୫ମାର୍କ ଓ ସବ୍ଜେକ୍ଟିଭରେ ୧୫ମାର୍କ ରହିବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଚଳିତ ବର୍ଷ ନବମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ଏବେଠାରୁ ୨୦୨୦-୨୧ ଢ଼ାଞ୍ଚାରେ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତି କରିବା ଲକ୍ଷ୍ୟରେ ସେମାନଙ୍କ ପାଇଁ ଚଳିତବର୍ଷଠାରୁ ଏହି ଢ଼ାଞ୍ଚାରେ ପରୀକ୍ଷା କରାଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷା ଜାହାନ ଆରା ବେଗମ୍ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।