ମନ୍ଦିର ନେବା ବାହାନାରେ ପଡିଶା ଘର ନାବାଳିକାକୁ ଦୁଷ୍କର୍ମ କଲା ଯବାନ, ଛୁଟିରେ ଆସିଥିଲା ଘରକୁ

ହମୀରପୁର ( ସିମିଲା) : ପଡିଶା ଘର ନାବାଳିକାକୁ ମନ୍ଦିର ନେବା ବାହାନାରେ ଦୁଷ୍କର୍ମ କରି ଗିରଫ ହୋଇଛି ଜଣେ ଯବାନ । ଏଭଳି ଘଟଣା ଘଟିଛି ହିମାଚଳପ୍ରଦେଶରର ହୀମରିପୁରରେ । ଦେଶ ସାବା କରୁଥିବା ଜଣେ ଯବାନର ଏପରି ଲଜ୍ଜା ଜନକ କାଣ୍ଡ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅଭିଯୁକ୍ତ ଯବାନଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରି ନିଆଯାଇଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, ଅଭିଯୁକ୍ତ ନିଜ ଘରକୁ ଛୁଟି କଟାଇବାକୁ ଆସିଥିବା ବେଳେ ପଡ଼ୋଶୀ ଘରେ ରହୁଥିବା ନାବାଳିକାକୁ ଦେଖି ତା’ ସହ କଥା ହେବା ଆରମ୍ଭ କରିଥିଲେ । ପରେ ଯବାନ ପୀଡ଼ିତାଙ୍କୁ ମନ୍ଦିର ନେବା ବାହାନାରେ ଏକ ହୋଟେଲକୁ ନେଇ ଦୁଷ୍କର୍ମ କରିବା ସହ କାହାକୁ ନ କହିବା ପାଇଁ କହିଥିଲେ । ସବୁ ସରିବା ପରେ ଯବାନ ପୀଡ଼ିତାଙ୍କୁ ତାଙ୍କ ଘରେ ଛାଡ଼ି ଦେଇଥିଲେ । କିନ୍ତୁ ପୀଡ଼ିତା ନ ଡ଼ରି ନିଜ ପରିବାର ଲୋକଙ୍କୁ ସବୁ ଜଣାଇଥିଲେ । ଯାହା ପରେ ପରିବାର ଲୋକେ ହମୀରପୁର ପୁଲିସ ଷ୍ଟେସନରେ ପହଞ୍ଚି ଅଭିଯୋଗ କରିବା ପରେ ପୋସ୍କୋ ଆକ୍ଟ ଅନୁଯାୟୀ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଜଣା ପଡ଼ିଛି ।

Comments (0)
Add Comment