ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସରେ କିଏ କେଉଁଠି କରିବେ ପତାକା ଉତୋଳନ ସେନେଇ ଗୃହ ବିଭାଗର ନିଷ୍ପତି ପରେ ପ୍ରକାଶ ପାଇଛି ଚୂଡାନ୍ତ ତାଲିକା । ଭୁବନେଶ୍ବରରେ ରାଜ୍ୟପାଳ ରାଜ୍ୟସ୍ତରୀୟ ପରେଡ଼ରେ ଅଭିବାଦନ ଗ୍ରହଣ କରିବେ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ସେହିପରି ବିଭିନ୍ନ ମନ୍ତ୍ରୀ ଭିନ୍ନ ଭିନ୍ନ ଜିଲ୍ଲାସ୍ତରୀୟ ପରେଡ଼ରେ ଯୋଗଦେବା ସହ ଅଭିବାଦନ ଗ୍ରହଣ କରିବା ନେଇ ପ୍ରକାଶ ପାଇଛି ତାଲିକା ।
- ନିରଞ୍ଜନ ପୂଜାରୀ-କଟକ
- ବିକ୍ରମ କେଶରୀ ଆରୁଖ-ସୁବର୍ଣ୍ଣପୁର
- ପ୍ରଫୁଲ୍ଲ ମଲ୍ଲିକ- ସୁନ୍ଦରଗଡ଼
- ରଣେନ୍ଦ୍ର ପ୍ରତାପ ସ୍ବାଇଁ-ସମ୍ବଲପୁର
- ପ୍ରତାପ ଜେନା-ପୁରୀ
- ପଦ୍ମନାଭ ବେହେରା- କେନ୍ଦୁଝର
- ଅରୁଣ ସାହୁ-ଗଞ୍ଜାମ
- ସୁଦାମ ମାରାଣ୍ଡି-ବାଲେଶ୍ବର
- ସୁଶାନ୍ତ ସିଂ- ଅନୁଗୋଳ
- ନବ ଦାସ- କଳାହାଣ୍ଡି
- ଟୁକୁନି ସାହୁ- ରାୟଗଡ଼ା
- ଜଗନ୍ନଥ ସାରକା- ଜଗତସିହଂପୁର
- ଦିବ୍ୟ ଶଙ୍କର ମିଶ୍ର- ଯାଜପୁର
- ଅଶୋକ ଚନ୍ଦ୍ର ପଣ୍ଡା- ଢେଙ୍କାନାଳ
- ସମୀର ରଞ୍ଜନ ଦାଶ-ନୟାଗଡ଼
- ଜ୍ୟୋତି ପ୍ରକାଶ ପାଣିଗ୍ରାହୀ- ବଲାଙ୍ଗୀର
- ପ୍ରେମାନନ୍ଦ ନାୟକ- ନବରଙ୍ଗପୁର
- ରଘୁନାଥ ଦାସ- ମୟୁରଭଞ୍ଜ
- ପଦ୍ମିନୀ ଦିଆଙ୍ଗ-ଗଜପତି
- ତୁଷାରକାନ୍ତି ବେହେରା-ମାଲକାନଗିରି
ଗୃହ ବିଭାଗ ନିଷ୍ପତି ଅନୁଯାୟୀ ମୋଟ ୨୦ ଜଣ ମନ୍ତ୍ରୀ ବିଭିନ୍ନ ଜିଲ୍ଲାରେ ପତାକା ଉତୋଳନ କରିବେ । ସେହିପରି ସମ୍ବଲପୁର ଓ ବ୍ରହ୍ମପୁରରେ ରାଜସ୍ବ କମିଶନର କରିବେ ପତାକା ଉତୋଳନ ଏବଂ ଅନ୍ୟ ୧୦ ଜିଲ୍ଲାରେ ଜିଲ୍ଲାପାଳ ଜିଲ୍ଲାସ୍ତରୀୟ ସାଧାରଣ ତନ୍ତ୍ର ଦିବସରେ ପତାକା ଉତୋଳନ କରିବେ ।