ମାଲକାଲାଗିରି : ମାଲକାନଗିରି ଛତିଶଗଡ ସୀମାନ୍ତ ଦାନ୍ତେୱାଡାରେ ମାଓ ହିଂସା । ସରପଞ୍ଚଙ୍କ ସ୍ବାମୀଙ୍କୁ ଗୁଳିକରି ହତ୍ୟା କଲେ ମାଓବାଦୀ । ପାହୁରନାର ସରପଞ୍ଚଙ୍କ ସ୍ବାମୀ ପିସେରାମଙ୍କୁ ଗୁଳିକରି ହତ୍ୟା କରିଛନ୍ତି ମାଓବାଦୀ । ଗତରାତିରେ ୧୦ ରୁ ୧୫ଜଣ ସଶସ୍ତ୍ର ମାଓବାଦୀ ଆସି ଗୁଳି କରି ହତ୍ୟା କରିଛନ୍ତି । ଏଥିସହିତ ସେହି ଗାଁର ଦୁଇ ଜଣଙ୍କୁ ନିସ୍ତୁକ ମାଡ ମାରିବା ସହ ଘଟଣାସ୍ଥଳରେ ଛାଡି ଯାଇଛନ୍ତି ପୋଷ୍ଟର । ଇନ୍ଦ୍ରାବତୀ ନଦୀ ଉପରେ ଚାଲିଥିବା ପୋଲ କାମକୁ ମାଓବାଦୀ ବିରୋଧ କରିଥିବା ପେ।ଷ୍ଟରରେ ଉଲ୍ଲେଖ କରିଛନ୍ତି । ପିସେରାମଙ୍କ ସହାୟତାରେ ପ୍ରଶାସନ ସେଠାରେ ବ୍ରିଜ କାମ କରି ଆସୁଥିବାରୁ ତାଙ୍କୁ ହତ୍ୟା କରିଥିବା ପୋଷ୍ଟରରେ ଉଲ୍ଲେଖ ରହିଛି ।