ଦିଲ୍ଲୀ : ପରୀକ୍ଷା ପାଇଁ ମୋଦି ମନ୍ତ୍ର । ପରୀକ୍ଷାର୍ଥୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ, ପରୀକ୍ଷା ବାହାରେ ରହିଛି ବଡ ଦୁନିଆ, ବିଫଳ ହେଲେ ଅଟକିଯିବନି ଜୀବନ । ଦିଲ୍ଲୀ ତାଲକୋଟରା ଷ୍ଟାଡ଼ିୟମରେ ଶିକ୍ଷକ, ଅଭିଭାବକ, ଛାତ୍ରଛାତ୍ରୀଙ୍କ ସହ ପରୀକ୍ଷା ପେ ଚର୍ଚ୍ଚାରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଛାତ୍ରଛାତ୍ରୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ପ୍ରଧାନମନ୍ତ୍ରୀ । ଏଥର କେବଳ ଦେଶ ନୁହେଁ ଋଷ, ନାଇଜେରିଆ, ଇରାନ, ନେପାଳ, କୁଏତ, ସାଉଦୀ ଆରବ, ସିଙ୍ଗାପୁର ଭଳି ଦେଶରୁ ବିଦ୍ୟାର୍ଥୀମାନେ ଯୋଗ ଦେଇଛନ୍ତି । ମୋଦି କହିଛନ୍ତି, ଜୀବନରେ ଆଗକୁ ବଢ଼ିବା ପାଇଁ ଆଶା ଓ ଅପେକ୍ଷା ଆବଶ୍ୟକ । ରିପୋର୍ଟ କାର୍ଡ଼ କାହାର ଭିଜିଟିଂ କାର୍ଡ଼ ନହେଉ । ଟେକନୋଲୋଜି ବ୍ୟବହାର ବିଷୟରେ ବର୍ତ୍ତମାନ ସମୟରେ ମା’ବାପା ଅବଗତ ହେବା ନିହାତି ଆବଶ୍ୟକ । ଜୀବନ ପ୍ରତିକ୍ଷଣ ସଂଘର୍ଷମୟ । ପିଲାଙ୍କୁ ଅତ୍ୟଧିକ ଚାପ ଦେବା ଉଚିତ ନୁହେଁ । ଅତ୍ୟଧିକ ଚାପ ପ୍ରଭାବରେ କାମ ଭୁଲ ହୋଇଯାଏ । ଜ୍ଞାନ ପଛରେ ଦୌଡ଼ିବା ଉଚିତ୍ ,ନମ୍ବର ପଛରେ ନୁହେଁ