ପ୍ରବଳ ଖରା ପାଇଁ ସକାଳୁଆ ସ୍କୁଲ ସମୟ ପରିବର୍ତ୍ତନ

ଦଶମ ଓ ଦ୍ଵାଦଶ ଶ୍ରେଣୀ ପିଲାଙ୍କ ପାଇଁ ସକାଳ ୮ରୁ ୧୨ଟା ପର୍ଯ୍ୟନ୍ତ ସ୍କୁଲ ଖୋଲିବ

ଭୁବନେଶ୍ୱର:ପ୍ରବଳ ଖରା ପାଇଁ ସକାଳୁଆ ସ୍କୁଲର ସମୟ ପରିବର୍ତ୍ତନ କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ନବମ ଓ ଏକାଦଶ ଶ୍ରେଣୀ ପିଲାଙ୍କ ପାଇଁ ସକାଳ ୭ରୁ ୯ଟା ପର୍ଯ୍ୟନ୍ତ ସ୍କୁଲ ଖୋଲିବ । ସେହିପରି ଦଶମ ଓ ଦ୍ଵାଦଶ ଶ୍ରେଣୀ ପିଲାଙ୍କ ପାଇଁ ସକାଳ ୮ରୁ ୧୨ଟା ପର୍ଯ୍ୟନ୍ତ ସ୍କୁଲ ଖୋଲିବ । ପୂର୍ବରୁ ସକାଳ ୯ଟାରୁ ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଖରା ପାଇଁ ଏହାକୁ ପରିବର୍ତ୍ତନ କରାଯାଇଛି । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସବୁ ସ୍କୁଲରେ ପାନୀୟ ଜଳ ବ୍ୟବସ୍ଥା ପାଇଁ Dଊକ୍ସଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଓଆରଏସ୍ ବ୍ୟବସ୍ଥା ମଧ୍ୟ କରିବାକୁ ନିର୍ଦ୍ଦେଶ ରହିଛି । ସ୍କୁଲର ଅଚଳ ନଳକୂଅ ସଜାଡ଼ିବାକୁ ମଧ୍ୟ ପରାମର୍ଶ ଦେଇଛି ଗଣଶିକ୍ଷା ବିଭାଗ । ସ୍କୁଲ ବସ୍ସେ ବା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇ ଥିବା ବେଳେ ସବୁଠି କୋଭିଡ୍ନି ୟମ କଡାକଡ଼ି ପାଳନ ପାଇଁ କଡ଼ା ନିର୍ଦ୍ଦେଶ ରହିଛି । ପିଲାଙ୍କୁ ପାଣି ବୋତଲ ଦେବାକୁ ଅଭିଭାବକଙ୍କୁ ଗାଇଡଲାଇନରେ ପରାମର୍ଶ ଦିଆଯାଇଛି ।

morning schools timing changed for tenth and 12th class student due to heat wave in odisha

morning schools timing changed for tenth and 12th class student due to heat wave in odisha
Comments (0)
Add Comment