ବିଧାୟକ ପଦରୁ ଇସ୍ତଫା ଦେଲେ ନବ ଦାସ , କଂଗ୍ରେସ ଛାଡି ୨୪ରେ ବିଜେଡିରେ ମିଶିଥିଲେ

ବିଧାନସଭାରେ ବାଚସ୍ପତିଙ୍କୁ ଭେଟି ଦେଲେ ଇସ୍ତଫା ପତ୍ର

ଭୁବନେଶ୍ବର : ବିଧାୟକ ପଦରୁ ଇସ୍ତଫା ଦେଲେ ନବ ଦାସ । ଆଜି ବିଧାନସଭାରେ ବାଚସ୍ପତିଙ୍କୁ ଭେଟି ନବ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ପୂର୍ବରୁ ନବ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡ଼ା ଗସ୍ତ ସମୟରେ ବିଜେଡିରେ ଯୋଗ ଦେଇଥିଲେ ନବ ଦାସ । ଗତ ୧୬ ତାରିଖରେ ନବ ପିସିସି କାର୍ଯ୍ୟକାରୀ ସଭାପତି ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଇସ୍ତଫା ଦେବାର କିଛି ସମୟ ମଧ୍ୟରେ ଦଳ ନବଙ୍କୁ ବହିଷ୍କାର କରିଥିଲା । ଝାରସୁଗୁଡାର ବିକାଶ ପାଇଁ ସ୍ଥାନୀୟ ଲୋକ ଓ ଭୋଟରଙ୍କ ଚାପରୁ ସେ କଂଗ୍ରେସରୁ ଇସ୍ତଫା ଦେଇ ବିଜେ୍ଡିରେ ମିଶିବେ ବୋଲି ନବ ତାଙ୍କ ଇସ୍ତଫା ପତ୍ରରେ ଲେଖିଥିଲେ । ୨୪ରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଝାରସୁଗୁଡାରେ ଶଂଖ ଧରିଥିଲେ ନବ । ଆଜି ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି ।

Comments (0)
Add Comment