୭୦ତମ ସାଧାରଣତନ୍ତ୍ର ଦିବସ ଲାଲକିଲ୍ଲାରେ ଅଭିଭାଦନ ଗ୍ରହଣ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀର :  ସାରା ଦେଶ ଆଜି ପାଳୁଛି ୭୦ତମ ସାଧାରଣତନ୍ତ୍ର ଦିବସ । ନୂଆ ଦିଲ୍ଲୀର ରାଜପଥରେ ହାଇଥିଲା ଭବ୍ୟ ସମାରୋହ । ପତାକା ଉତ୍ତୋଳନ କରି ଅଭିଭାଦନ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏଥରର  ଅତିଥି ଥିଲେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା । ୧୯୯୫ରେ ନେଲସନ ମଣ୍ଡେଲା ଅତିଥି ଭାବେ ଯୋଗ ଦେଇଥିଲେ । ସାଧାରଣତନ୍ତ୍ର ଦିବସ ପରେଡରେ ରାଜପଥରେ ବିଶ୍ବ ଦେଖିଛି ଭାରତର ଶକ୍ତି, ସାମର୍ଥ୍ୟ ଓ ପରାକାଷ୍ଠା । ବୀର ଦର୍ପରେ ପରାକ୍ରମ ପ୍ରଦର୍ଶନ କରିଛି ଭାରତୀୟ ସେନ। । ଏହି ଅବସରରେ ଭାରତୀୟ ଯବାନମାନେ ଦୁଃସାହସିକ କୌଶଳ ପ୍ରଦର୍ଶନ କରିଛନ୍ତି। ପରେଡରେ ଥିଲା ସେନାର ଆତ୍ମନିର୍ଭରଶୀଳତା, ବିବିଧ ସାଂସ୍କୃତିକ ଓ ସାମାଜିକ ପରମ୍ପରା । ସେନାର ଚିତାକର୍ଶକ ପରେଡ ସହ ୧୬ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଜ୍ଞାପନ ମେଢ ଦେଖିବାକୁ ମିଳିଥିଲା । ବିଜୟ ଚୋକରୁ ଆରମ୍ଭ ହୋଇ ଇଣ୍ଡିଆ ଗେଟ୍, ତିଲକ ମାର୍ଗ, ବାହାଦୂରଶାହ ଜାଫର ମାର୍ଗ, ନେତାଜୀ ମାର୍ଗ ଦେଇ ଲାଲ୍ କିଲ୍ଲା ନିକଟରେ ପହଞ୍ଚିଥିଲା ପରେଡ । ଅମର ଯବାନ ଜ୍ୟୋତିରେ ସହିଦଙ୍କୁ ଶ୍ରଦ୍ଧାଞ୍ଚଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମସ୍ତ ଅତିଥିଙ୍କୁ ପ୍ରଧାନମନ୍ତ୍ରୀ ସ୍ବାଗତ କରିଥିଲେ ।

Comments (0)
Add Comment