ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସୋମବାର ଦିନ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି । ସୋଆ ଉପସଭାପତି ଶ୍ରୀମତି ଶାସ୍ୱତୀ ଦାସଙ୍କ ଉପସ୍ଥିତିରେ କାର୍ଯ୍ୟରତ ମହିଳାମାନେ ଏହି ଦିବସକୁ ପାଳନ କରିଛନ୍ତି । ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟରେ ଏହି ଦିବସକୁ କେକ୍ କାଟି ପାଳନ କରାଯାଇଥିଲା । ଉପସଭାପତି ଶ୍ରୀମତି ଦାସଙ୍କ ସହିତ ସମସ୍ତ ମହିଳାମାନେ ଯୋଗ ଦେଇ କେକ୍ କାଟିବା ସହ ମହିଳା ସଶକ୍ତିକରଣ ସମ୍ବନ୍ଧରେ ଆଲୋଚନା କରିଥିଲେ ।
ଏହି ଅବସରରେ ଶ୍ରୀମତି ଦାସ ମହିଳାମାନଙ୍କୁ ସବୁଠାରୁ ମହାନ୍ ଅଭିହିତ କରି ପ୍ରଶଂସା କରିଥିଲେ । ବାଲ୍ୟବିବାହକୁ ରୋକାଯିବା ସହ କିଭଳି ନାରୀମାନେ ଶିକ୍ଷା କ୍ଷେତ୍ରରେ ନିଜକୁ ସୁଦୃଢ଼ କରିପାରିବେ ସେ ସମ୍ପର୍କରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟାଳୟ ପରିସରରେ ଶ୍ରୀମତୀ ଦାସ ବୃକ୍ଷ ରୋପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪ ର ଦାୟିତ୍ୱରେ ଥିବା ଶ୍ରୀମତୀ ହନୀ ପଟ୍ଟନାୟକ, ନ୍ୟୁଜ୍ ୭ର ମହିଳା ସାମ୍ବାଦିକା ଶ୍ରୀମତୀ ସମୀକ୍ଷା ପଟ୍ଟନାୟକ, ଶ୍ରୀମତୀ ଇତିଶ୍ରୀ ନାୟକ, ଶ୍ରୀମତୀ ମୌସୁମୀ ମହାନ୍ତି ଓ ପ୍ରମେୟର ସାମ୍ବାଦିକା, ସଂଯୁକ୍ତା ସାହୁ, ପ୍ର୍ରିୟଦର୍ଶିନୀ ସାହୁ, ରାଜଶ୍ରୀ ସାହୁ ଓ ସସ୍ମିତା ମଲ୍ଲ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ ।