ଭୁବନେଶ୍ବର : ମନ କଥା କହୁଛନ୍ତି ମୁଖ୍ୟମନ୍ତ୍ରୀ । ନିଜ ମନକଥା ମାଧ୍ୟମରେ ସିଧା ସଲଖ ଲୋକଙ୍କୁ ଦେଉଛନ୍ତି ବାର୍ତ୍ତା । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ପୂର୍ବରୁ ଆମ ମୁଖ୍ୟମନ୍ତ୍ରୀ ଆମ କଥା ମାଧ୍ୟମରେ ରାଜ୍ୟ ବାସୀଙ୍କୁ ସିଏମ ସଚେତନତା ବାର୍ତ୍ତା ଦେଉଛନ୍ତି ।ଏହି କାର୍ଯ୍ୟକ୍ରମରେ ପ୍ଲାଷ୍ଟିକ ମୁକ୍ତ ରାଜ୍ୟ ପାଇଁ ଘୋଷଣା କରିଥିବା ମୁଖ୍ୟମନ୍ତ୍ରୀ ଆଜି ମନ କଥା କହି ରକ୍ତ ଦାନ ପାଇଁ ଯୁବକ ମାନଙ୍କୁ ଆହ୍ବାନ ଦେଇଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଏହି ମନ କଥାକୁ ନେଇ ପ୍ରଶ୍ନ ଉଠାଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ୧୮ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ମନ କଥା ମନେ ପଡିଲା । ଏହା ସାଙ୍କେତିକ ହୋଇଥିବାରୁ ଲୋକେ ଗ୍ରହଣ କରିବେନି । ଆଉ ଜବାବରେ ବିଜେଡି କହିଛି ମୁଖ୍ୟମନ୍ତ୍ରୀ ଲୋକଙ୍କ ମନ କଥା ମୁଖ୍ୟମନ୍ତ୍ରୀ ଜାଣିଛନ୍ତି ବୋଲିତ ଲୋକେ ତାଙ୍କୁ ଲଗାତାର ଆର୍ଶିବାଦ କରୁଛନ୍ତି ।
ଆମ ମୁଖ୍ୟମନ୍ତ୍ରୀ ଆମ କଥା ବନାମ ମନକି ବାତ । ଲୋକଙ୍କ ପାଖରେ ପହଁଚିବାକୁ ପିଏମ ଓ ସିଏମଙ୍କ ସ୍ବତନ୍ତ୍ର କାର୍ଯ୍ୟକ୍ରମ । ପିଏମ୍ ରେଡିଓରେ ଦେଶବାସୀଙ୍କୁ କହୁଛନ୍ତି ମନ କଥା । ଏଣେ ଓଡିଶା ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସି ରେ ସିଧା ରାଜ୍ୟ ବାସୀଙ୍କୁ ଦେଉଛନ୍ତି ବାର୍ତ୍ତା । ନିଜ ମନ କଥା ସିଧା ସଳଖ ଲୋକଙ୍କୁ କହିବା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଚିବାଳୟରୁ ସିଧା ସଳଖ ରାଜ୍ୟବାସୀଙ୍କୁ ଦେଉଛନ୍ତି ବାର୍ତ୍ତା । ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ନିଜ କଥାକୁ ଲୋକଙ୍କ ପାଖରେ ପହଁଚାଉଛନ୍ତି ମୁଖ୍ୟମନ୍ତ୍ରୀ । ସଚିବାଳୟରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ପୂର୍ବରୁ ଲୋକଙ୍କୁ ଏମିତି ସଚେତନତାର ବାର୍ତ୍ତା ରଖୁଛନ୍ତି ସିଏମ ।ପ୍ରଥମ କାର୍ଯ୍ୟକ୍ରମରେ ରାଜ୍ୟ ବାସୀଙ୍କୁ ପ୍ଲାଷ୍ଟିକ ମୁକ୍ତ ଓଡିଶା କରିବାକୁ ବାର୍ତ୍ତା ଦେଇ ପ୍ଲାଷ୍ଟିକ ବ୍ୟାନ ଘୋଷଣା କରିଥିଲେ । ଆଉ ଗୁରୁବାର ଗୁରୁବାର ନିଜ ମନକଥା କହି ଯୁବ ବର୍ଗଙ୍କୁ ରକ୍ତ ଦାନ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସେପଟେ ପ୍ରତି ମାସର ଶେଷ ରବିବାର ଦେଶ ବାସୀଙ୍କୁ ନିଜ ମନ କଥା କହୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରେଡିଓରେ ମନକି ବାତ କାର୍ଯ୍ୟକ୍ରମ ରେ ଦେଶ ବାସୀଙ୍କୁ ଅନୁଭବର କଥା କହିବା ସହ ସଚେତନତା ବାର୍ତ୍ତା । ଏବେ ନବୀନ ମୋଦିଙ୍କ ବାଟରେ ଯାଉଛନ୍ତି ବୋଲି କହିବା ଆରମ୍ଭ କରିଛି ବିଜେପି । ବେଳ ଦେଖି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଟାର୍ଗେଟ କରିଛନ୍ତି । ୧୮ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ମନ କଥା ମନେ ପଡିଲା । ଏହା ସାଙ୍କେତିକ କାମ ହୋଇଥିବାରୁ ରାଜ୍ୟ ବାସୀ ଗ୍ରହଣ କରିବେନି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେପଟେ ଜବାବରେ ବିଜେଡି କହିଛି ମୁଖ୍ୟମନ୍ତ୍ରୀ ଲୋକଙ୍କ ସହ ଅଛନ୍ତି ଲୋକଙ୍କ ମନ କଥା ବୁଝିଛନ୍ତି ବୋଲିତ ରାଜ୍ୟ ବାସୀ ଲଗାତାର ସରକାର ଉପରେ ଭରସା କରୁଛନ୍ତି ବୋଲି କହିଛନ୍ତି ବିଜେଡି ମୁଖ ପାତ୍ର ସସ୍ମିତ ପାତ୍ର ।
ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି କେନ୍ଦ୍ର ରାଜ୍ୟ ଓ ବିଜେପି – ବିଜେଡି ଭିତରେ ଆରୋପ ପ୍ରତ୍ୟାରୋପ ସେତିକି ଜୋର ଧରୁଛି । ପ୍ରଧାନମନ୍ତ୍ରୀଙ୍କ ମନକି ବାତ ହେଉ ବା ରାଜ୍ୟ ସରକାରଙ୍କ ଆମ ମୁଖ୍ୟମନ୍ତ୍ରୀ ଆମ କଥା କାର୍ଯ୍ୟକ୍ରମ ଏହା ମାଧ୍ୟମରେ ଲୋକଙ୍କ ପାଖରେ ପହଁଚିବାକୁ ଚାହୁଁଛନ୍ତି ଉଭୟ ।ହେଲେ ରାଜ୍ୟ ବାସୀ କାହା କଥା ଗ୍ରହଣ କରିବେ ତାହା ନିର୍ବାଚନବେଳେ ଜଣା ପଡିବ । କାହିଁକିନା ଏ ପବ୍ଲିକ , ସବ ଜାନତା ହେ ।