ନୂଆଦିଲ୍ଲୀ : କନ୍ଧମାଳ ସେବାଶ୍ରମର ଛାତ୍ରୀ ପ୍ରସବ ପ୍ରସଙ୍ଗ । କନ୍ଧମାଳ ଏସପି ଙ୍କୁ ରିପୋର୍ଟ ମାଗିଲେ NCPCR । ୭ଦିନ ମଧ୍ୟରେ କମିଶନଙ୍କୁ ରିପୋର୍ଟ ଦେବାକୁ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୧୨ଟି ପଏଣ୍ଟ ଉପରେ ତଥ୍ୟ ମାଗିଛନ୍ତି କମିଶନ୍ । ଗଣମାଧ୍ୟମର ତଥ୍ୟ ଆଧାରରେ ଶୋ ମୋଟୋ ରିପୋର୍ଟ ମଗାଯାଇଛି । ସେପଟେ ଆଦିବାସୀ ଉନ୍ନୟନ ଓ ମହିଳା ଶିଶୁ କଲ୍ୟାଣ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ମହିଳା କଂଗ୍ରେସ । ଏହାସହ ବିଭାଗୀୟ ସଚିବଙ୍କ ସହ କନ୍ଧମାଳ ଜିଲ୍ଲାପାଳଙ୍କ ନିଲମ୍ବନ ଦାବି ଯୋର ଧରିଛି । ପିଡିତା ଛାତ୍ରୀଙ୍କୁ ସୁରକ୍ଷା ପ୍ରଦାନ , ଉପଯୁକ୍ତ ଚିକିତ୍ସା ଓ କ୍ଷତି ପୂରଣ ଦାବି କରିଛି ଦଳ । ଆସନ୍ତା ୭୨ଘଣ୍ଟା ମଧ୍ୟରେ ଦାବି ପୂରଣ ନହେଲେ ଜାନୁଆରୀ ୧୯ରେ ମହିଳା କଂଗ୍ରେସ ରାଜ୍ୟପ୍ୟାପି ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଓ ବିକ୍ଷୋଭ କରିବ ବୋଲି ଚେତାବନୀ ଦେଇଛି । କଂଗ୍ରେସର ଅଭିଯୋଗ ଉପରେ ଉତ୍ତର ରଖିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ ସାମଲ କହିଛନ୍ତି ରାଜ୍ୟ ସରକାର ସବୁ ବ୍ୟବସ୍ଥା କରିଛନ୍ତି । ଦାୟୀତ୍ବ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବିରୋଧୀ କେବଳ ପ୍ରସଙ୍ଗ କରୁଛନ୍ତି ।