ପ୍ରକାଶ ପାଇଲା ଚୁଡାନ୍ତ ଭୋଟର ତାଲିକା ୫ଲକ୍ଷ ୪୫ ହଜାର ୪୦୧ ନୂଆ ଭୋଟର

୩ କୋଟି ୧୮ ଲକ୍ଷ ୭୮୭ ଜଣ ଭୋଟର ତାଲିକାଭୁକ୍ତ

ଭୁବନେଶ୍ୱର : ସାଧାରଣ ନିର୍ବାଚନ ଲାଗି ପ୍ରତ୍ସୁତି ଚାଲିଛି । ପ୍ରକାଶ ପାଇଛି ଚୁଡାନ୍ତ ଭୋଟର ତାଲିକା । ଓଡିଶାର ୧୪୭ ବିଧାନସଭା କ୍ଷେତ୍ରରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି ନିର୍ବାଚନ କମିଶନ । ତେବେ ଏହି ତାଲିକାରେ ଯେଉଁ ଯୋଗ୍ୟ ଭୋଟରଙ୍କ ନାଁ ନାହିଁ ସେମାନେ ନୋମିନେସନର ୧୦ ଦିନ ପୂର୍ବରୁ ନିଜ ନାଁ ତାଲିକା ଭୁକ୍ତ କରିବାକୁ ଆବେଦନ କରିପାରିବେ । ଏଥର ରାଜ୍ୟରେ ୫ ଲକ୍ଷ ୪୫ ହଜାର ୪୦୧ ନୂଆ ଭୋଟରଙ୍କୁ ମିଶାଇ ୩ କୋଟି ୧୮ ଲକ୍ଷ ୭୮୭ ଜଣ ଭୋଟର ତାଲିକାଭୁକ୍ତ ହୋଇଛନ୍ତି । ବିଭିନ୍ନ କାରଣ ପାଇଁ ୬ ଲକ୍ଷ ୫୦ ହଜାର ୩୬୫ ଭୋଟରଙ୍କ ନାଁ ତାଲିକାରୁ ବାଦ୍ ଦିଆଯାଇଛି । ମୋଟ ଭୋଟରଙ୍କ ଭିତରୁ ୧ କୋଟି ୬୩ ଲକ୍ଷ ୩୭ ହଜାର ୩୧୦ ପୁରୁଷ ଭୋଟର ଓ ୧ କୋଟି ୫୪ ଲକ୍ଷ ୬୦ ହଜାର ୫୪୫ ମହିଳା ଭୋଟର ଅଛନ୍ତି । ରାଜ୍ୟରେ ୩୭ ହଜାର ୬୦୬ ବୁଥରେ ନିର୍ବାଚନ କରିବା ଲାଗି ସ୍ଥିର ହୋଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏହି ସୂଚନା ଦେଇଛନ୍ତି ।

ବିଭିନ୍ନ କାରଣ ପାଇଁ ୬ ଲକ୍ଷ ୫୦ ହଜାର ୩୬୫ ଭୋଟରଙ୍କ ନାଁ ତାଲିକାରୁ ବାଦ୍
୩ କୋଟି ୧୮ ଲକ୍ଷ ୭୮୭ ଜଣ ଭୋଟର ତାଲିକାଭୁକ୍ତ
୧ କୋଟି ୬୩ ଲକ୍ଷ ୩୭ ହଜାର ୩୧୦ ପୁରୁଷ ଭୋଟର
୧ କୋଟି ୫୪ ଲକ୍ଷ ୬୦ ହଜାର ୫୪୫ ମହିଳା ଭୋଟର
୩୭ ହଜାର ୬୦୬ ବୁଥରେ ହେବ ମତଦାନ

Comments (0)
Add Comment