ଟ୍ୟୁସନରୁ କୁଆଡେ ଗଲା ନବମ ଶ୍ରେଣୀ ଝିଅ

ଭୁବନେଶ୍ୱର : ଟ୍ୟୁସନ ଯାଉଥିବା ବେଳେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଛି । ଜୁନ୍ ୨୧ ତାରିଖ ସକାଳେ ତାଙ୍କ ଝିଅ ଟ୍ୟୁସନ୍ ଯାଇଥିବାବେଳେ ତାକୁ ଅପହରଣ କରାଯାଇଥିବା ବେଳେ ଏଯାବତ୍ କୌଣସି ସୂଚନା ମିଳି ନଥିବା ସେ କହିଛନ୍ତି । ଅଭିଯୋଗ ମୁତାବକ, ଗତ ୨୧ ତାରିଖ ସକାଳ ସାଢ଼େ ୬ଟାରେ ତାଙ୍କର ୧୩ ବର୍ଷର ଝିଅ ଟ୍ୟୁସନ ଯାଇଥିଲା । ପରେ ଆଉ ଫେରି ନଥିଲା । ବହୁ ଖୋଜାଖୋଜି ପରେ ତାଙ୍କ ଝିଅକୁ ସ୍ଥାନୀୟ କିଛି ଯୁବକ ଅପହରଣ କରି ନେଇଥିବା ସେ ଜାଣିବାକୁ ପାଇଥିଲେ । ଆହୁରି ମଧ୍ୟ ଝିଅକୁ ଭୁଲି ଯିବା ପାଇଁ କିଛି ଯୁବକ ତାଙ୍କୁ ଆସି କହିଥିଲେ । ଥାନାରେ ଅଭିଯୋଗ କଲେ ବଦନାମ ହେବ ଏବଂ ଝିଅ ଜୀବନ ପ୍ରତି ବିପଦ ଆସିବ କହି ସେମାନଙ୍କୁ ଧମକ ଦେଇଥିଲେ । ବମିଖାଲ୍ରେ ରହୁଥିବା ସସ୍ମିତା ଜେନା ଥାନାରେ ଏହି ଅଭିଯୋଗ କରିଛନ୍ତି । ଶେଷରେ ଗତ ୨୪ ତାରିଖରେ ସେ ଥାନାରେ ଅଭିଯୋଗ କରିଥିଲେ । ହେଲେ ଏବେ ସୁଦ୍ଧା ତାଙ୍କ ଝିଅର କୌଣସି ସନ୍ଧାନ ମିଳିପାରି ନାହିଁ । ଅପରପକ୍ଷରେ ପୁଲିସ୍ ଏଥିପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିବା କହିଛି ।
(ସାଙ୍କେତିକ ଫଟୋ)

Comments (0)
Add Comment