ନୂଆଦିଲ୍ଲୀ: ସଂସଦରେ ଆରମ୍ଭ ହେଲା ବଜେଟ ଉପସ୍ଥାପନା । ମୋଦି ସରକାରଙ୍କ ଦ୍ବିତୀୟ ପାଳିର ପ୍ରଥମ ପୂର୍ଣ୍ଣ ବଜେଟକୁ ଉପସ୍ଥାପନା କରୁଛନ୍ତି ସୀତାରମଣ ।
- ପଶୁପାଳନ ଓ ମତ୍ସପାଳନ ଉପରେ ମଧ୍ୟ ଧ୍ୟାନ ଦେବା ଦରକାର ।
- ୬.୧୧ କୋଟି କୃଷକଙ୍କ ପାଇଁ ବୀମା ଯୋଜନା ।
- ଅନ୍ନଦାତା ଆମର ଉର୍ଜାଦାତା ।
- କୃଷକଙ୍କ ପାଇଁ ୧୬ ସୁତ୍ର ।
- ସୌରଶକ୍ତି ସହାୟତା ଶକ୍ତି ଯୋଗାଇ ଦିଆଯିବ ।
- ପଡିଆ ଜମିରେ ସୁନାର କ୍ଷେତ କରିବ ସୌର ଶକ୍ତି ।
- କୃଷି କ୍ଷେତ୍ରର ମାର୍କେଟିଙ୍ଗ ଓ ପ୍ରୋସେସିଙ୍ଗ ଉପରେ ଫୋକସ ।
- ରାସାୟନିକ ଫର୍ଟିଲାଇଜର ସୀମିତ ବ୍ୟବସାର ଉପରେ ସରକାରଙ୍କ ଗୁରୁତ୍ବ ।
- ଚଳିତ ବଜେଟ ତିନୋଟି ମୌଳିକ ଭିତି ଉପରେ ଆଧାରିତ-‘ଆକାଂକ୍ଷା, ବିକାଶ ଓ କରୁଣା’ ।
- ଆକାଂକ୍ଷାପୂର୍ଣ୍ଣ ଭାରତ ଯେଉଁଠାରେ ସବୁ ସ୍ତରରେ ଉଚ୍ଚଜୀବନ ଧାରଣ ମାନ ରହିଥିବ…
- ସମସ୍ତଙ୍କ ଅର୍ଥନୈତିକ ବିକାଶ..
- ସମାଜ ପାଇଁ ଯତ୍ନଶୀଳ..
- ନିର୍ମଳା ସୀତାରମଣ ଅରୁଣ ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ଭାରତୀୟ ଅର୍ଥବ୍ୟବସ୍ଥା ମଜବୁତ ରହିଛି ବୋଲି କହିଛନ୍ତି
- ଜିଏସଟି ଯୋଗୁଁ ୬୦ ଲକ୍ଷ ନୂଆ ଟିକସଦାତା ଯୋଡିହେଲେ, କମ୍ ଜିଏସଟି ଯୋଗୁଁ ପ୍ରତି ପରିବାରକୁ ମାସିକ ୪ ପ୍ରତିଶତ ଲାଭ ମିଳିଛି ।
- ଯୁବକଙ୍କୁ ରୋଜଗାର ପାଇଁ ଚେଷ୍ଟା କରାଯାଉଛି ।
- ଆମର ଲକ୍ଷ୍ୟ ‘ସବକା ସାଥ, ସବକା ବିକାଶ’।
- ଏଫଡିଆରୁ ପ୍ରବଳ ପ୍ରଫିଟ କମାଯାଇଛି ।
- ୨୮୪ ଅରବ ଡଲାର ବିଦେଶ ନିବେଶ ଆସିଛି।
- ବଜେଟରେ ଆୟ ବୃଦ୍ଧି ଉପରେ ଜୋର ଦିଆଯିବ ।
- ମୁଦ୍ରାସ୍ପୀତିକୁ ନିୟନ୍ତ୍ରଣ କରିଛି ମୋଦି ସରକାର ବୋଲି ଅଭିଭାଷଣ ରଖିଛନ୍ତି ଅର୍ଥମନ୍ତ୍ରୀ ।
- ମୋ ଦେଶ, ତୁମର ଦେଶ, ଆମର ଦେଶ, ଦୁନିଆର ସବୁଠାରୁ ଭଲ ଦେଶ ।
- ଏହାସହ କାଶ୍ମୀର ଭାଷାରେ କବିତା ପଢିଲେ ଅର୍ଥମନ୍ତ୍ରୀ ।
- ୨୦୨୨ ସୁଦ୍ଧା ଚାଷୀଙ୍କ ଇନକମ ଦୁଇଗୁଣା ହେବ ।
- ୨୭ କୋଟି ଲୋକ ଗରିବ ସୀମାରେଖାରୁ ବାହାରିଛନ୍ତି