ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ପ୍ରେମ ପ୍ରସଙ୍ଗକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି । ଦୁହେଁ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବୋଲି ବି ଶୁଣାଗଲାଣି । ମାତ୍ର ଦୁହେଁ ଏ ବାବଦରେ କିଛି ସ୍ପଷ୍ଟ କରୁନାହାନ୍ତି । କୌଣସି ନା କୌଣସି ବାହାନା ଦେଖାଇ ଏଡ଼ାଇ ଯାଉଛନ୍ତି । ନିକଟରେ ଏକ ସାକ୍ଷାତକାରରେ ରଣବୀରଙ୍କୁ ଆଲିଆଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ କଥା ପଚାରିବାରୁ ଚତୁରତାର ସହିତ ଉତ୍ତର ଦେଇଥିଲେ ରଣବୀର । ରଣବୀର କହିଥିଲେ, ଆଲିଆଙ୍କ ସହିତ ତାଙ୍କର ସମ୍ପର୍କ ଖୁବ୍ ସୁନ୍ଦର, ପବିତ୍ର ଏବଂ ଗୁରୁତ୍ୱପୂର୍ଣ୍ଣ । ପ୍ରେମ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ‘ମୁଁ ଲୁଚକାଳି ଖେଳୁନି । ମୁଁ ଏହାକୁ ସକାରାତ୍ମକ ଭାବେ ନେଇଛି । ଖୁସି ଅଛି । ଏହା ମୋ ଜୀବନର ଏକ ସୁନ୍ଦର ସମୟ ।’ ରଣବୀର ଦୁଃଖ ପ୍ରକାଶ କରିଥିଲେ ଯେ, ଲୋକମାନେ ଅନ୍ୟମାନଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଜାଣିବାକୁ ଅଧିକ ଆଗ୍ରହୀ । ସେମାନେ ସମ୍ପର୍କକୁ ସମ୍ମାନ ଦେଉନାହାନ୍ତି, ବରଂ ଏହାକୁ ହାଲ୍କା ଭାବେ ନେଉଛନ୍ତି । ତେବେ ବର୍ତ୍ତମାନ ବିବାହ କରିବାର କୌଣସି ଯୋଜନା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ରଣବୀର । ଏମିତିକି ବିବାହ ସମ୍ବନ୍ଧରେ କିଛି ବି ଭାବିନାହାନ୍ତି ବୋଲି ରୋକ୍ଠୋକ୍ କହିଛନ୍ତି