ନୂଆଁଖାଇ ପାଇଁ ନିର୍ଦ୍ଧାରଣ ହେଲା ଲଗ୍ନ, ୧୪ରେ ଶୁକ୍ରବାର ପାଳିତ ହେବ ପର୍ବ

ସମ୍ବଲପୁର  : ନୂଆଁଖାଇ ପାଇଁ ନିର୍ଦ୍ଧାରଣ ହେଲା ଲଗ୍ନ । ଭାଦ୍ରବ ଶୁକ୍ଳ ପଞ୍ଚମୀ, ୧୪ତାରିଖ, ଶୁକ୍ରବାର ଦିନ ପାଳିତ ହେବ ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ । ସକାଳ ୮ଟା ୧୦ରୁ ୮ଟା ୪୦ ଭିତରେ ମା’ ସମଲେଇଙ୍କ ପାଖରେ ନବାନ୍ନ ଲାଗିହେବ । ଏହାପରେ ସାରା ପଶ୍ଚିମ ଓଡ଼ିଶାରେ ପାଳିତ ହେବ ନୁଆଖାଇ । ପରମ୍ପରା ଅନୁସାରେ ନନ୍ଦଉତ୍ସବ ଦିନ ମାନେ ଆଜି ସମ୍ବଲପୁରର ବ୍ରହ୍ମ ପଣ୍ଡିତ ମହାସଭା ବୈଠକରେ ସର୍ବସମ୍ମତିକ୍ରମେ ଲଗ୍ନ ନିର୍ଦ୍ଧାରଣ କରାଯାଇଛି ।

 

Comments (0)
Add Comment