ଜାତୀୟ ରାଜପଥ ୩୫୩ ନିର୍ମାଣ ଦାବିରେ ନୂଆପଡା ବନ୍ଦ ପାଳନ କରଯାଇଛି । ନାଗରିକ ମଞ୍ଚ ଏହି ବନ୍ଦ ଡାକରା ଦେଇଛି । କୁରୁମପୁରୀଠାରେ ବିଜେଡି ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି । ନୂଆପଡାରେ ବନ୍ଦ ଯେ।ଗୁଁ ଲୋକେ ପ୍ରଭାବିତ ହୋଇଛନ୍ତି । ଦୋକାନ ବଜାର, ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ସେପଟେ ବନ୍ଦକୁ ନେଇ ଜିଲ୍ଲାପାଳ ଏକ ବୈଠକ ଡାକିଛନ୍ତି । ଗତକାଲି ମଧ୍ୟ ୨୪ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା ।