କ୍ରାଇମବ୍ରାଂଚ ତଦନ୍ତ ବାଟବଣା, ୯୦ ପ୍ରତିଶତ ଦୋଷୀ ଖସିଯିବା ପ୍ରସଙ୍ଗ
ଭୁବନେଶ୍ୱର : ଦୋଷୀଙ୍କୁ ଧରିବାରେ ବିଫଳ ହେଉଛି ରାଜ୍ୟ ସରକାରଙ୍କ ପ୍ରମୁଖ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଂଚ । କ୍ରାଇମବ୍ରାଂଚ ସାଜିଛି ବିଜେଡି ନେତାଙ୍କ ପାଇଁ ଢାଲ । କ୍ରାଇମବ୍ରାଂଚର ରେକର୍ଡ କହୁଛି ତାର ପାରିବାପଣିଆ । ୧୦୦ ଜଣେ ଅଭିଯୁକ୍ତଙ୍କ ମଧ୍ୟରେ ୯୦ ଜଣ ଖସିଯିବାକୁ ସକ୍ଷମ ହେଉଛନ୍ତି । ଏପରି ସ୍ଥିତିରେ ପିପିଲି ଗଣଦୁଷ୍କର୍ମ ଓ ଋଷି ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତ ଅଭିଯୋଗ ଆସିଥିବା ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଂଚ କି ପ୍ରକାର ନ୍ୟାୟ ଦେବ ବୋଲି ପ୍ରଶ୍ନ କରିଛି ରାଜ୍ୟ ବିଜେପି ।
ଦଳର ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଓଡିଶାରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ରହିଥିବା ଗୃହ ବିଭାଗ ଦୋଷୀଙ୍କୁ ଧରିବାରେ ବିଫଳ ହେଉଛି । ଏଥିରୁ ମୁଖ୍ୟମନ୍ତ୍ରୀଙ୍କ ପାରିବା ପଣିଆ ଜଣାପଡୁଛି । ବାଡ ଖାଉଛି ଫସଲ, ରକ୍ଷକ ସାଜୁଛି ଭକ୍ଷକ । ତେଣୁ ନିଜକୁ ଶ୍ରେଷ୍ଠ ପ୍ରଶାସକ ବୋଲାଉଥିବା ମୁଖ୍ୟମନ୍ତ୍ରୀ ଏହାର ଜବାବ ଦେବା ଦରକାର ବୋଲି କହିଛନ୍ତି ଶ୍ରୀ ମହାପାତ୍ର ।
କ୍ରାଇମବ୍ରାଂଚ ରେକର୍ଡ କହୁଛି ତାର ପାରିବାପଣିଆ, ୧୦୦ ଜଣେ ଅଭିଯୁକ୍ତଙ୍କ ମଧ୍ୟରେ ୯୦ ଜଣ ଖସିଯିବାକୁ ସକ୍ଷମ ହେଉଛନ୍ତି
ପିପିଲି ଦୁଷ୍କର୍ମ ଓ ଋଷି ହତ୍ୟାକାଣ୍ଡ ଘଟଣାରେ ନ୍ୟାୟ ମିଳିବା ନେଇ ସନ୍ଦେହ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ରହିଥିବା ଗୃହ ବିଭାଗ ଦୋଷୀଙ୍କୁ ଧରିବାରେ ବିଫଳ ହେଉଛି
ବାଡ ଖାଉଛି ଫଷଲ, ରକ୍ଷକ ସାଜୁଛି ଭକ୍ଷକ
ନିଜକୁ ଶ୍ରେଷ୍ଠ ପ୍ରଶାସକ ବୋଲାଉଥିବା ମୁଖ୍ୟମନ୍ତ୍ରୀ ଏହାର ଜବାବ ଦେବା ଦରକାର
ଶ୍ରୀ ମହାପାତ୍ର ଆହୁରି କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଟ୍ରାକ୍ ରେକର୍ଡ କହୁଛି ରାଜ୍ୟରେ କ୍ରାଇମବ୍ରାଂଚ ତଦନ୍ତ କରୁଥିବା ମାମଲାର ଫଳ ଶୂନ ରହିଛି । କ୍ରାଇମବ୍ରାଂଚ ତଦନ୍ତ କରୁଥିବା ମାମଲାର ଦୋଷୀ ସାବ୍ୟସ୍ତ ହାର ୧୦ ପ୍ରତିଶତ ରହିଥିବା ବେଳେ ୯୦ ପ୍ରତିଶତ ଘଟଣାରେ ଅଭିଯୁକ୍ତ ଖସି ପଳାଇବାରେ ସଫଳ ହେଉଛନ୍ତି । ଯାହାକି ଜାତୀୟ ହାର ଠାରୁ ବହୁତ କମ୍ ରହିଛି ।
ପିିପିଲି ବେବିନା ଗଣଦୁଷ୍କର୍ମ ଘଟଣାରେ କ୍ରାଇମବ୍ରାଂଚ ତଦନ୍ତ କଣ ତାହା ସ୍ପଷ୍ଟ ବାରି ହୋଇପଡୁଛି । ରାଜ୍ୟରେ ବିଶେଷ କରି ମହିଳା ବିରୋଧୀ ହିସାଂ ମାମଲାରେ କ୍ରାଇମବ୍ରାଂଚ ତଦନ୍ତର ଫଳ ଶୂନ । ପ୍ରକୃତ ଅଭିଯୁକଙ୍କୁ ଧରିବାରେ କ୍ରାଇମବ୍ରାଂଚ ସକ୍ଷମ ହେଉନାହିଁ । ସେହିପରି ମେୟର ଅନନ୍ତ ନାରାୟଣ ଜେନାଙ୍କ ଋଷି ହତ୍ୟାକାଣ୍ଡରେ ସଂପୃକ୍ତି ରହିଥିବା ଅଭିଯୋଗ ହୋଇଥିଲା । ଘଟଣାର କ୍ରାଇମବ୍ରାଂଚ ତଦନ୍ତର ପ୍ରତିଫଳନ ସ୍ପଷ୍ଟ ବାରି ହୋଇପଡୁଛି । ରାଜ୍ୟରେ ଏପରି ସ୍ଥିତି କଣ ପାଇଁ ସୃଷ୍ଟି ହୋଇଛି ଏହାର ଜବାବ ମୁଖ୍ୟମନ୍ତ୍ରୀ ଦେବାକୁ ଦାବି କରିଛନ୍ତି ଶ୍ରୀ ମହାପାତ୍ର ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ସମୀର ମହାନ୍ତି, କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ, ରାଜ୍ୟ ସଂପାଦକ ଶ୍ରୀରଂଜନ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ ।
(ବିଜେପି ମିଡିଆ ସେଲ୍)