ଭୁବନେଶ୍ୱର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଲେଖାଯାଇଥିବା ବହୁ ପ୍ରତିକ୍ଷୀତ ପୁସ୍ତକ ‘ନବୀନ ପଟ୍ଟନାୟକ’ ଉନ୍ମୋଚିତ ହୋଇଛି । ନବୀନଙ୍କ ରାଜନୈତିକ ଜୀବନକୁ ନେଇ ଲିଖିତ ହୋଇଛି ଏହି ପୁସ୍ତକ । ଆଉଟ୍ଲୁକ୍ ସମ୍ପାଦକ ରୁବେନ ବାନାର୍ଜୀ ଏହି ପୁସ୍ତକକୁ ଲେଖିଛନ୍ତି। ରାଜଧାନୀ ଭୁବନେଶ୍ୱରର ପ୍ରେସକ୍ଲବରେ ଏହି ଉନ୍ମୋଚନୀ ସମାରୋହ ଅନୁଷ୍ଠିତ ହୋଇଛି । ପୂର୍ବତନ ପୋଲିସ ଡିଜି ଅମିୟ ଭୂଷଣ ତ୍ରିପାଠୀଙ୍କ ଦ୍ୱାରା ଏହି ପୁସ୍ତକକୁ ଉନ୍ମୋଚନ କରାଯାଇଛି । ତେବେ ନବୀନଙ୍କ ବ୍ୟକ୍ତିଗତ ଜୀବନ ଉପରେ ରଚିତ ଏହି ପୁସ୍ତକ ଅନେକ ବିବାଦୀୟ ତଥ୍ୟ, ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଜୀବନ । ରାଜନୀତିକୁ ଆସିବା ପୂର୍ବର କଥା ସାଙ୍ଗକୁ ଅନେକ ଅନାଲୋଚିତ ଦିଗ ଉପରେ ଆଲୋକପାତ କରାଯାଇଛି । ଏହା ସହ ଅନକେ ରାଜନେତା ଓ ଅଫିସରଙ୍କ ଚରିତ୍ର ଉପରେ ମଧ୍ୟ ପୁସ୍ତକରେ ଲେଖାଯାଇଛି ।
ବହୁ ପ୍ରତିକ୍ଷୀତ ପୁସ୍ତକ ‘ନବୀନ ପଟ୍ଟନାୟକ’ ଉନ୍ମୋଚିତ
ଆଉଟ୍ଲୁକ୍ ସମ୍ପାଦକ ରୁବେନ ବାନାର୍ଜୀ ଏହି ପୁସ୍ତକକୁ ଲେଖିଛନ୍ତି
ନବୀନଙ୍କ ବ୍ୟକ୍ତିଗତ ଜୀବନ ଉପରେ ରଚିତ ଏହି ପୁସ୍ତକ ଅନେକ ବିବାଦୀୟ ତଥ୍ୟ