ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସିଡିପିଓ ସ୍ତରରେ ୯୩ ନୂଆ ପ୍ରୋଗ୍ରାମର ପଦବୀ ସୃଷ୍ଟି ହେବ


ଭୁବନେଶ୍ୱର : ରାଜ୍ୟର ଆଇସିଡିଏସ କାର୍ଯ୍ୟକୁ ଅଧିକ କ୍ରୀୟାଶୀଳ ଓ ସୃଙ୍ଖଳିତ କରିବାକୁ ସିଡିପିଓ ସ୍ତରରେ ୯୩ଟି ନୂଆ ପ୍ରୋଗ୍ରାମର ପଦବୀ ସୃଷ୍ଟି ହେବ । ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ନୂଆ ପ୍ରୋଗ୍ରାମର ମାନେ ଜିଲ୍ଲା ଓ ଉପଖଣ୍ଡ ସ୍ତରରେ ନିଯୁକ୍ତି ପାଇବେ । ଏହା ସହ ୧୩ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ୨ ଉପନିର୍ଦେଶକ ତଥା ଉପ ସଚିବ ପଦବୀ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ମହିଳା ଓ ଶିଶୁ ବିକାଶକୁ ସରକାର ପ୍ରାଧାନ୍ୟ ଦେଉଥିବା ବେଳେ ଏହି ନିଷ୍ପତ୍ତି ନେଇଛନ୍ତି । ଏହାପୂର୍ବରୁ ରାଜ୍ୟ ସରକାର ଅଙ୍ଗନବାଡ଼ି କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଓ ହେଲପରଙ୍କ ପାରିଶ୍ରମିକ ବୃଦ୍ଧି କରିଥିଲେ । ସେହିପରି ଅଙ୍ଗନବାଡ଼ି କର୍ମୀ, ସହାୟିକାଙ୍କ ଚାକିରିରୁ ଅବ୍ୟାହତି ସୀମାକୁ ୬୦ରୁ ୬୨ ବର୍ଷକୁ ବୃଦ୍ଧି ନେଇ ଘୋଷଣା କରାଯାଇଛି।

Comments (0)
Add Comment