ଭୁବନେଶ୍ବର : ୨୦୧୯ରେ ଦେଶବାସୀ କାହାକୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି । ମୋଦି, ରାହୁଲ ନା ଆଞ୍ଚଳିକ ଦଳର ନେତା । ଦେଶର ଶାସନ ଡୋରି କାହା ହାତରେ ରହିବା ଦରକାର ସେ ନେଇ ଜଣାଶୁଣା ନିର୍ବାଚନ ବିଶ୍ଳେଷକ ପ୍ରଶାନ୍ତ କିଶୋର ଆରମ୍ଭ କରିଛନ୍ତି ପ୍ରକ୍ରିୟା। ପ୍ରଶାନ୍ତ କିଶୋର ଏଥିପାଇଁ ପ୍ରସ୍ତୁତ କରିଛନ୍ତି ଏକ ପ୍ଲାଟଫର୍ମ। ଭୋଟିଂ ମାଧ୍ୟମରେ କେଉଁ ପ୍ରସଙ୍ଗରେ କେଉଁ ନେତା ଦେଶର ପ୍ରଧାନମନ୍ତ୍ରୀ ହେବା ପାଇଁ ଯୋଗ୍ୟ, ତାର ଫଳାଫଳ ଖୁବ୍ ଶିଘ୍ର ପ୍ରକାଶ କରିବେ ପ୍ରଶାନ୍ତ ।
ଦେଶର ପ୍ରଧାନମନ୍ତ୍ରୀ ହେବାକୁ କିଏ ଯୋଗ୍ୟତମ ପ୍ରାର୍ଥୀ ? କିଏ ଦେଶର ସମସ୍ୟାକୁ ସମାଧାନ କରିବାକୁ ସମର୍ଥ ? ୨୦୧୯ ନିର୍ବାଚନରେ କାହାକୁ ପ୍ରଧାନମନ୍ତ୍ରୀ ଭାବେ ଚାହୁଁଛନ୍ତି ଭୋଟର। ଏସବୁ ପ୍ରସଙ୍ଗକୁ ନେଇ ୧୧ଜଣ ବଡନେତାଙ୍କ ଉପରେ ଆରମ୍ଭ ହୋଇଛି ମତାମତ । ତାଲିକାରେ ଅଛନ୍ତି ନରେନ୍ଦ୍ର ମୋଦି , ରାହୁଲ ଗାନ୍ଧି, ନବୀନ ପଟ୍ଟନାୟକ, ନୀତିଶ କୁମାର, ମମତା ବାନାର୍ଜୀ, ମାୟାବ
ନ୍ୟାସନାଲ ଏଜେଣ୍ଡା ଫୋରମ ବ୍ୟାନରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି ପ୍ରଶାନ୍ତ କିଶୋର। ଏଥିରେ ଗାନ୍ଧୀଙ୍କର ୧୮ସୂତ୍ରୀ କାର୍ଯ୍ୟକ୍ରମ ଅନୁଯାୟୀ ଶିକ୍ଷା, ସ୍ବାସ୍ଥ୍ୟ, ଶ୍ରମିକ ସୁରକ୍ଷା, ସମ୍ପ୍ରଦାୟୀକତା, ଗ୍ରାମ୍ୟ ପରିମଳ, ମଦ ନିରୋଧ, ମହିଳା ଓ କୃଷକ ସଶକ୍ତିକରଣ ଆଦି ପ୍ରସଙ୍ଗ ଅନ୍ତର୍ଭୁକ୍ତ ଅଛି । ଏଥିରୁ ୧୦ଟିକୁ ପ୍ରାଥମିକତା ଦେଇ ତା ସମାଧାନ ପାଇଁ କେଉଁ ନେତା ଫିଟ ସେଥିରେ ଭୋଟ ଦେବାର ବ୍ୟବସ୍ଥା ଅଛି। ପୂର୍ବରୁ ନରେନ୍ଦ୍ର ମୋଦି, ରାହୁଲ ଗାନ୍ଧି, ନୀତିଶ କୁମାର, ଅଖିଳେଶ ଯାଦବ ଆଦି ନେତାଙ୍କ ପାଇଁ ନିର୍ବାଚନରେ କାମ କରିସାରିଛନ୍ତି ପ୍ରଶାନ୍ତ ।
ଦେଶର ନେତା କିଏ ହେବ ତାକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଥିବାବେଳେ କଂଗ୍ରେସ ପୋଷ୍ଟ ପୋଲ୍ କଥା ଏବେଠୁ ଚିନ୍ତା କଲାଣି। ରାହୁଲ ପ୍ରଧାନମନ୍ତ୍ରୀ ହେବା ପାଇଁ ସଂଖ୍ୟା ନମିଳିଲେ ଆଞ୍ଚଳିକ ଦଳର ନେତାଙ୍କୁ ପ୍ରଧାନମନ୍ତ୍ରୀ ପଦରେ ବସାଇ ବିଜେପିକୁ ରୋକିବାକୁ ନିଷ୍ପତି ହୋଇଛି ବୋଲି କଂଗ୍ରେସ ସୂତ୍ରରୁ ଜଣାପଡିଛି।