ରାଜ୍ୟ ମନ୍ତ୍ରୀମଣ୍ଡଳରେ ଅଦଳବଦଳ କୁ ନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟ ମନ୍ତ୍ରୀମଣ୍ଡଳରେ କୌଣସି ଅଦଳବଦଳ ହେବାର ସମ୍ଭାବନା ନାହିଁ । ପ୍ରଦୀପ ମହାରଥୀ ମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ଯେଉଁ ଚର୍ଚ୍ଚା ହେଉଥିଲା ତା ଉପରେ ରୋକ୍‌ ଲଗାଇଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ।

ରାଜ୍ୟ ମନ୍ତ୍ରୀମଣ୍ଡଳରେ ହେବନି ଅଦଳବଦଳ। ସ୍ପଷ୍ଟ କରିଦେଲେ ମୁଖ୍ୟମନ୍ତ୍ରୀ। ପ୍ରଦୀପ ମହାରଥୀ ଇସ୍ତଫା ଦେବାପରେ ମନ୍ତ୍ରୀମଣ୍ଡଳ ଅଦଳ ବଦଳ ନେଇ ଚାଲିଥିବା ଚର୍ଚ୍ଚାରେ ଲାଗିଲା ରୋକ୍‌ ।ଦାମ ରାଉତ ବିଦା ହେବା ପରଠାରୁ ମନ୍ତ୍ରୀମଣ୍ଡଳ ଅଦଳଅଦଳ ହୋଇନାହିଁ । ।ତା’ ପରେ ଗଲେ ମହାରଥୀ ।ଏହାରି ଭିତରେ ଦଳୀୟ ମହଲରେ ଅଦଳବଦଳ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ନିର୍ବାଚନ ଆଉ ମାତ୍ର ୨-୩ ମାସ ଥିବାରୁ ମୁଖ୍ୟମନ୍ତ୍ରୀ ଆଉ ରିସ୍କ ନେବାକୁ ଚାହୁଁନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କୁହାଯାଉଛି ବିଜେଡିର କିଛି ୟଙ୍ଗ ବ୍ରିଗେଡ୍‌ ଏଭଳି ଚର୍ଚ୍ଚାକୁ ଆଗକୁ ବଢ଼ାଇଥିଲେ । ମନ୍ତ୍ରୀ ମଣ୍ଡଳରୁ ବାଦ୍ ପଡିଥିବା ଯୁବ ନେତାମାନେ ନିଜର ପତିଆରା ବଢାଇବାକୁ ନିର୍ବାଚନ ପୂର୍ବରୁ ମନ୍ତ୍ରୀପଦ ପାଇବାକୁ ଚାପସୃଷ୍ଟି କରିଥିଲେ । କିନ୍ତୁ ସେମାନଙ୍କ ଆଶା ପୂରଣ ହେଲାନି । ମନ୍ତ୍ରୀ ହେବାକୁ ଆଶା ରଖିଥିବା କିଛି ଯୁବନେତାଙ୍କୁ ଏବେ ନିରାଶ ହେବାକୁ ପଡ଼ିଛି ।

Comments (0)
Add Comment