ବିଜେଡି ସରକାରର ଚତୁର୍ଥ ପାଳିର ଚତୁର୍ଥ ବର୍ଷ ପୂରଣରେ  ମନ୍ତ୍ରୀମାନଙ୍କୁ ଥ୍ରୀ-ଡି ଫଣ୍ଡା ପାଠ ପଢାଇଲେ ନବୀନ

ଭୁବନେଶ୍ବର  : ଚତୁର୍ଥ ପାଳିର ଚତୁର୍ଥ ବର୍ଷ ପୂରଣ କଲା ରାଜ୍ୟର ବିଜେଡି ସରକାର । ବିଭାଗୱାରୀ ସମୀକ୍ଷା ପରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ମନ୍ତ୍ରୀ ପରିଷଦ ବୈଠକ । ଯେଉଁଠି ସରକାର, ତାଙ୍କ ୧୮ ବର୍ଷର ସଫଳତା ଓ ହିସାବ ଲୋକଙ୍କ ଆଗରେ ରଖିଛନ୍ତି । ବିଜେଡି ସରକାର ପ୍ରତି ଲୋକଙ୍କ ଭସା ଅତୁଟ ରଖିବାକୁ ମନ୍ତ୍ରୀମାନଙ୍କୁ ଥ୍ରୀ-ଡି ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଥ୍ରୀ-ଟି ପରେ ଏବେ ଥ୍ରୀ-ଡି । ମନ୍ତ୍ରୀମାନଙ୍କୁ ଡେଡିକେସନ, ଡିଟରମିନେସନ ଏବଂ ଡିଭୋସନର ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ । ବିଜେଡି ସରକାର ଉପରେ ଲୋକଙ୍କ ବିଶ୍ବାସ ଓ ଭରସା ଅତୁଟ ରଖିବାକୁ ହେଲେ- ଅଙ୍ଗୀକାରବଦ୍ଧ, ଉତ୍ସଗୀକୃତ ଏବଂ ନିଷ୍ପପା ଭାବେ କାମ କରିବାକୁ ମନ୍ତ୍ରୀମାନଙ୍କୁ ପରାର୍ମଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଚତୁର୍ଥ ପାଳିର ୪ ବର୍ଷ ପୁର୍ତ୍ତି ଅବସରରେ ରାଜ୍ୟବାସୀଙ୍କ ଆଗରେ ସଫଳତାର ତାଲିକା ଥୋଇଛନ୍ତି ନବୀନ । ୧୮ ବର୍ଷରେ ୧୦ଟି ସଫଳତା କଥା କହିଛନ୍ତି । ସରକାରୀ ସ୍ତରରେ ଓଡ଼ିଆ ଭାଷାର ବ୍ୟବହାର, ପକ୍କାଘର, ଗ୍ରାମ୍ୟ ରାସ୍ତା ନିର୍ମାଣ, ଜଳସେଚନ ସୁବିଧା, ବସ୍ତି ବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ, ଦକ୍ଷତା ବିକାଶ, ମେଡିକାଲ କଲେଜ ପ୍ରତିଷ୍ଠା, ଆଦିବାସୀ ଉନ୍ନୟନ ପରିଷଦ, ମହିଳା ସଶକ୍ତିକରଣ, କ୍ରୀଡା ଆଦି କ୍ଷେତ୍ରର ସଫଳତା ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ ।

ଚଳିତବର୍ଷ ବିଜେଡି ସରକାର ପାଇଁ ଚ୍ୟାଲେଞ୍ଜର ବର୍ଷ । କାରଣ ମୁଣ୍ତ ଉପରେ ନିର୍ବାଚନ । ପ୍ରତିଶ୍ରୁତି ପୂରା କରିବାକୁ ହାତରେ ମାତ୍ର ୭-୮ ମାସ ଅଛି । ସେଥିପାଇଁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀମାନଙ୍କୁ ଥ୍ରୀ-ଡି ମନ୍ତ୍ର ଦେଇଛନ୍ତି ।

ବିଜେଡିର ସହିବା କଥା, ସରକାର ଅନେକ ଲୋକଭିମୁଖୀ ଯୋଜନା ପ୍ରଣୟନ କରିଛନ୍ତି । ଅଧିକାଂଶ ଯୋଜନା ପୂରଣ ହୋଇଥିବା ବେଳେ ଅଳ୍ପ କିଛି ଶେଷ ପର୍ଯ୍ୟାୟରେ । ଯାହାକୁ ତୁରନ୍ତ ପୂରଣ କରିବାକୁ ସରକାର ଯୋଜନା ରଖିଛନ୍ତି ।

Comments (0)
Add Comment