ଗ୍ୟାସର  ଦର ବୃଦ୍ଧି ବିରୁଦ୍ଧରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଆନୁକୁଲ୍ୟରେ ଭୁବନେଶ୍ୱରସ୍ଥ ମାଷ୍ଟର କ୍ୟାଣ୍ଟିନ୍ ଛକ ଠାରେ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ମୋଦୀ ସରକାରଙ୍କ ଜନମାରଣ ନୀତି ଯୋଗୁଁ ଆଜି ଅଣରିହାତି ଏଲ.ପି.ଜି (ରନ୍ଧନ ଗ୍ୟାସ) ଦାମ୍ରେ ୪୮ ଟଙ୍କା ସହ ରିହାତି ରନ୍ଧନ ଗ୍ୟାସ ଦରରେ  ଟ.୨.୩୪ ପଇସା ବୃଦ୍ଧି ଘଟଣା ତୈଳଜାତ ସାମଗ୍ରୀ ଯଥା ପେଟ୍ରୋଲ ଓ ଡିଜେଲର ଆକାଶଛୁଆଁ ପରି ଜନସାଧାରଣଙ୍କ ନିକଟରେ ବେଢ଼ି ଉପରେ କୋରଡ଼ା ସଦୃଶ ଅଟେ । ଦୀର୍ଘ ୪ ବର୍ଷର ଶାସନରେ ମିଥ୍ୟା ପ୍ରତିଶ୍ରୁତିର ପାହାଡ଼ ଉପରେ ବିଜେପି ସରକାର ଲୋକଙ୍କୁ କେବଳ ମିଥ୍ୟା ର ସୌଦାଗର ସାଜିବା ଛଡ଼ା ଆଉ କିଛି ନକରିପାରିବା ଏ ସରକାରଙ୍କ ସବୁଠୁଁ ବଡ଼ ଉପଲବ୍ଧି ବୋଲି କଂଗ୍ରେସ ନେତାମାନେ ମତପୋଷଣ କରିଥିଲେ । ୨୪ ଘଣ୍ଟା ମଧ୍ୟରେ ଜନସାଧାରଣଙ୍କ ଭାଗାବେଗକୁ ସମ୍ମାନ ଜଣାଇ ଯଦି ଗ୍ୟାସ୍ର ଦରକୁ କେନ୍ଦ୍ର ସରକାର ପ୍ରତ୍ୟାହାର ନକରନ୍ତି ତେବେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ରାଜରାସ୍ତାକୁ ଓହ୍ଲାଇବ ବୋଲି ପିସିସି କାର୍ଯ୍ୟକାରୀ ସଭାପତି ବିଧାୟକ ଚିରଞ୍ଜିବ ବିଶ୍ୱାଳ ମତବ୍ୟକ୍ତ କରିଥିଲେ ।
ବରିଷ୍ଠ କଂଗ୍ରେସ ନେତା ସର୍ବଶ୍ରୀ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତଚରଣ ଦାସ, ଅନନ୍ତ ପ୍ରସାଦ ସେଠୀ, ମନୋରଞ୍ଜନ ଦାଶ, ସତ୍ୟବ୍ରତ ପାତ୍ର, ବିଜୟଲକ୍ଷ୍ମୀ ସାହୁ, ସସ୍ମିତା ବେହେରା, ସୁମିତ୍ରା ଜେନା,
ଅଞ୍ଚଳ ବଟୁ, ଇତିଶ୍ ପ୍ରଧାନ, ସୁରେଶ କୁମାର ରାଉତରାୟ, ବିରେନ ପଟ୍ଟନାୟକ, ଶିବାନନ୍ଦ ରାୟ, ସତ୍ୟବ୍ରତ ନାୟକ, ବିଶ୍ୱଭୂଷଣ ଦାସ, ସ୍ମୃତିପ୍ରକାଶ ନନ୍ଦ, ବିଶ୍ୱଜିତ୍ ଦାସ, କୁମାର ଚିରଞ୍ଜିବ୍,
ଆଲୋକ ମହାନ୍ତି, ପଦ୍ମାକର ଗୁରୁ, ଲିଙ୍ଗରାଜ ସାହୁ, ମନୋଜ ବିଶ୍ୱାଳ, ଶୈଳେନ୍ଦ୍ର ମଜୁମଦାର, ଆକାଶ ମହାନନ୍ଦ, କିରଣ ସାହୁ, ନାରଣ କୁମାର ଜେନା, ସତ୍ୟାନନ୍ଦ ରାଉତ, ମାନସ ରଞ୍ଜନ କର, ବିଶ୍ୱଜିତ୍ ଦାସ, ଚିତ୍ରଲେଖା ମହାନ୍ତି, ପ୍ରଣତୀ ମିଶ୍ର, ରଶ୍ମିତା ଟେଟେ, ସୋନାଲି ସାହୁ, ଚିନ୍ମୟ ଦାସ, ଅଜିତ୍ ଜେନା, ଶ୍ରୀନିବାସ ରାଉତରାୟ, ଦୀପକ କୁମାର ସାହୁ, ଅଶୋକ ଦାଶ, ରସିକ୍ ପଟ୍ଟନାୟକ, ସତ୍ୟସ୍ମିତ ମହାନ୍ତି, କଲ୍ୟାଣି ମିଶ୍ର, ଜୟଶ୍ରୀ ପଟ୍ଟନାୟକ, ସ୍ୱାଗତିକା ପଟ୍ଟନାୟକ, ସିଲି ସେଠୀ, ବୃନ୍ଦାବନ କାନ୍ତି, ପ୍ରତାପ କୁମାର ପ୍ରଧାନ, ବିନୋଦ କୁମାର ରାଉତରାୟ, ସାଗର ରଞ୍ଜନ ପରିଡ଼ା, ରାଜକିଶୋର ଦାସ, ଦିଲୁ ବେହେରା, ଶଙ୍କୁନା କହଁର, ସୁଶାନ୍ତ ତ୍ରିପାଠୀ ପ୍ରମୁଖ ପ୍ରାୟ ୧୦୦୦ ରୁ ଉର୍ଦ୍ଧ ଛାତ୍ର, ମହିଳା ଓ ଯୁବ ଏବଂ କଂଗ୍ରେସ କର୍ମୀ ଓ ନେତାମାନେ କଂଗ୍ରେସ ଭବନରୁ ସନ୍ଧ୍ୟା ୫ ଘଟିକାରେ ବାହାରି ନାରାବାଜି କରି ନରେନ୍ଦ୍ର ମୋଦି ଓ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତଳିକା ମାଷ୍ଟର କ୍ୟାଣ୍ଟିନଠାରେ ଦାହକରିଥିଲେ ।

Comments (0)
Add Comment