ଅଭିଯୁକ୍ତ ପୁଞ୍ଜିଲାଲ ବିରୋଧରେ ୬୫ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ
କଟକ : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଚୂଡାନ୍ତ ଚାର୍ଜସିଟି ଦାଖଲ ପାଟଣାଗଡ ଏସଡିଜେଏମ୍ କୋର୍ଟରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ବିରୋଧରେ ୬୫ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛନ୍ତି କ୍ରାଇମବ୍ରାଞ୍ଚ ଉଚ୍ଚ ଅଧିକାରୀ ।ସେପଟେ ଘଟଣାକୁ ୧୧ ମାସ ବିତିଯାଇଥିବାରୁ ତୁରନ୍ତ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ମୃତ ସୌମ୍ୟ ଶେଖରଙ୍କ ମା ।
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ଫାଇନାଲ୍ ଚାର୍ଜ ସିଟ୍ ଦାଖଲ । ୭୬ ଜଣ ସାକ୍ଷୀଙ୍କ ଆଧାରରେ ୬୫ ପୃଷ୍ଠାର ଚାର୍ଜସିଟି ଦାଖଲ ହୋଇଛି । ପୁଞ୍ଜିଲାଲଙ୍କ ସାଇକୋଆନାଲିସିସ୍ ଟେଷ୍ଟ ରିପୋର୍ଟ,ଗୁଜୁରାଟର ଗାନ୍ଧୀନଗରୁ ଆସିଥିବା କେମିକାଲ ଆନାଲିସିସ୍ ରିପୋର୍ଟ ଓ ଭୁବନେଶ୍ବର ଫରେନସିକ୍ ଲାବୋରାଟୋରୀର ବୋମା ବିସ୍ଫୋରଣକୁ ନେଇ କ୍ରାଇମବ୍ରାଞ୍ଚ କରିଥିବା ଡେମୋର ଭିଡିଓଗ୍ରାଫି ପରୀକ୍ଷା ରିପୋର୍ଟକୁ ନେଇ ପ୍ରସ୍ତୁତ ହୋଇଛି ଏହି ଚାର୍ଜସିଟ୍ । ଚାର୍ଜସିଟ୍ ରେ ଟି ଆଇ ପରେଡ୍ ରେ ପୁଞିଲାଲଙ୍କୁ ଚିହ୍ନିଥିବା ବ୍ୟକ୍ତି ସ୍ୱୀକାରୋକ୍ତି ମଧ୍ୟ ସ୍ଥାନ ପାଇଛି । ତେବେ ପୁଞିଲାଲଙ୍କୁ ରାୟପୁରର ପାର୍ସଲ ଅଫିସ୍ ରେ ପହଞ୍ଚାଇଥିବା ଟେମ୍ପୋ ଓ ରିକ୍ସା ଚାଳକଙ୍କୁ ଠାବ କରିବାରେ କ୍ରାଇମବ୍ରାଞ୍ଚ ସଫଳ ହୋଇପାରିନାହିଁ ।
୨୦୧୮ ଫେବୃଆରୀ ୧୮ ରେ ପାଟଣାଗଡର ସୌମ୍ୟ ଶେଖର ସାହୁ ଓ ରୀମା ସାହୁଙ୍କ ବାହାଘର ହୋଇଥିଲା । ବାହାଘରର ୫ ଦିନ ପରେ ତାଙ୍କ ଘରକୁ ଏକ ପାର୍ସଲ ଆସିଥିଲା । ଯାହାକୁ ଖୋଲିବା ପରେ ଏକ ବଡ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ନବ ବିବାହିତ ସୌମ୍ୟ ଓ ତାଙ୍କ ଜେଜେ ମାଙ୍କର ମୃତ୍ୟୁ ହୋଇଥିବା ବେଳେ ରୀମା ଗୁରୁତର ହୋଇଥଲେ ।ଘଟଣାକୁ ୧୧ ମାସ ବିତିଥିବା ବେଳେ ତୁରନ୍ତ ନ୍ୟାୟ ଦାବି କରି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ମୃତ ସୌମ୍ୟ ଶେଖରଙ୍କ ମା । ସେପଟେ ଧମକପୂର୍ଣ୍ଣ ମେସେଜ୍ ପାଇ ମୃତକଙ୍କ ପରିବାର ବି ଆତଙ୍କିତ ଅବସ୍ଥାରେ । ତେଣୁ ତାଙ୍କ ଘରେ ସୁରକ୍ଷା ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ସେ ।
ଫେବୃୟାରୀ ୨ରୁ ମାମଲାର ଶୁଣାଣି ହେବ । ଦେଖାଯାଉ ପୁଞ୍ଜିଲାଲକୁ ଦଣ୍ଡ ଦେବା ପାଇଁ କ୍ରାଇମବ୍ରାଞ୍ଜ ଦେଇଥିବା ତଥ୍ୟ ପ୍ରମାଣ ଯଥେଷ୍ଠ ନା ନାହିଁ ।